Bikash Khabar
୬ ସହରରେ ସ୍ବଦେଶୀ କୋଭିଡ୍‌ ଟିକାର ମାନବ ପରୀକ୍ଷା ଆରମ୍ଭ

 ଭାରତ ବାୟୋଟେକ୍ଏବଂ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଦୁଇଟି ଟିକାର ମାନବ ଶରୀରରେ ପରୀକ୍ଷା ୬ଟି ସହରରେ ଆରମ୍ଭ ହୋଇଛି। ଏଥିପାଇଁ ଉକ୍ତ ସହରର ୫୦୦ ସ୍ବେଚ୍ଛାସେବୀଙ୍କୁ ଚୟନ କରାଯାଇଛି। ଶୁକ୍ରବାର ଦିଲ୍ଲୀ ଏମ୍ସରେ ପ୍ରଥମେ ଜଣେ ବ୍ୟକ୍ତିକୁ କୋଭାକ୍ସିନ୍ . ଏମ୍ଏଲ୍ଇଞ୍ଜେକ୍ଶନ ଦିଆଯାଇଥିଲା। ଉଭୟ କମ୍ପାନୀର ଟିକା ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ପାଇବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଏଥିସହିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିଥିବା ଟିକା ଖୁବ୍ଶୀଘ୍ର ଭାରତରେ ପରୀକ୍ଷା ହେବାକୁ ଯାଉଛି। ଉକ୍ତ ଟିକା ପ୍ରସ୍ତୁତିରେ ଭାରତର ସେରମ୍ଇନ୍ଷ୍ଟିଚ୍ୟୁଟ ଅଂଶୀଦାର ରହିଛି। ତେଣେ ଓଡିଶା  ରାଜଧାନୀ ଭୁବନେଶ୍ୱରର ସମ୍ହସ୍ପିଟାଲରେ କରୋନା ଟିକାର ମାନବ ପରୀକ୍ଷଣ ହୋଇଛି ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ କରୋନା ଟିକା ଦିଆଯାଇଛି ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀ ସାମିଲ ଅଛନ୍ତି ସପ୍ତାହ ଅନ୍ତରରେ ୨ଟି ଲେଖାଏଁ ଟିକା ଦିଆଯିବ ଥର ସଂପୃକ୍ତ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା କରାଯିବ ସମ ହସ୍ପିଟାଲ ପରୀକ୍ଷଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

26/07/2020

Leave a Reply

Your email address will not be published. Required fields are marked *

Comments