Bikash Khabar
ଆଧାର ଇ-କେୱାଇସିରେ ତତ୍କାଳ ପାନ୍ ମିଳିବ

ଆଧାର -କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ -ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟ୍ରେ ଏବିଷୟରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଗତ ଫେବ୍ରୁଆରିରୁ ଆରମ୍ଭ କରାଯାଇଛି। ଆୟକର ବିଭାଗ ଦ୍ବାରା -ଫାଇଲିଂ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ସେବେଠାରୁ ଚଳିତ ମାସ ୨୫ ମଧ୍ୟରେ ମାତ୍ର ୧୦ ମିନିଟ୍ଭିତରେ ,୭୭,୬୮୦ ପାନ୍ ନମ୍ବର ଜାରି କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର -ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ନମ୍ବର ପ୍ରଦାନ କରାଗଲା ପରେ ଏହି -ପାନ୍ ନମ୍ବରକୁ ଡାଉନ୍ଲୋଡ କରିପାରିବେ ଆଧାର ସହିତ ଯଦି ଆବେଦନକାରୀଙ୍କ -ମେଲ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ସେଥିରୁ ମଧ୍ୟ -ପାନ୍ ଡାଉନ୍ଲୋଡ୍କରିପାରିବେ।

29/05/2020

Leave a Reply

Your email address will not be published. Required fields are marked *

Comments