Bikash Khabar
ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ,୩୦ ଜିଲ୍ଲାରେ ସରିଲାଣି ଜୈବ ବିବିଧତା ପଞ୍ଜିକା ,ଏଣିକି ପଞ୍ଚା‌ୟତସ୍ତରରେ

ଜଳବାୟୁ ପରିବର୍ତନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଲକ୍ଷାଧିକ ଲୋକ ପ୍ରଭାବିତ ହେଉଛନ୍ତି। ବାତ୍ୟା, ବନ୍ୟା, ଭୂସ୍ଖଳନ ପରି ବିପର୍ଯ୍ୟୟରେ ପ୍ରତିବର୍ଷ ଧନ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ଓଡ଼ିଶାର ଜୈବ ବିବିଧତାକୁ ସୁଦୃଢ଼ କରିବାକୁ ପଡ଼ିବ। ଉପକୂଳରେ ହେନ୍ତାଳ ବଣ, ଝାଉଁ ଜଙ୍ଗଲ, ବାଲୁକା ସ୍ତୂପ ସୃଷ୍ଟି ସହ ପାହାଡ଼ିଆ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ସହରରେ ବର୍ଷା ଜଳ ସଂରକ୍ଷଣ, ରୁଫ୍ଟପ୍ଗାର୍ଡେନ, ଗ୍ରିନ୍ ଜୋନ୍ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ଜୈବ ବିବିଧତା ପରିଷଦ ପକ୍ଷରୁ ଜନ ଜୈବ ବିବିଧତା ନଥିପତ୍ର/ପଞ୍ଜିକା ପ୍ରସ୍ତୁତ କରାଯାଉଛି। ଇତିମଧ୍ୟରେ ଜିଲ୍ଲାସ୍ତରରେ ୩୦ଟି ପଞ୍ଜିକା ପ୍ରସ୍ତୁତ ସରିଥିବା ବେଳେ ଖୁବ୍ଶୀଘ୍ର ପଞ୍ଚାୟତସ୍ତରରେ ଆରମ୍ଭ କରାଯିବ। ଏଥିସହ ସହରାଞ୍ଚଳରେ ରୁଫ୍ଟପ୍ଗାର୍ଡେନ୍, ଗ୍ରିନ୍ଜୋନ୍ସୃଷ୍ଟି ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଓଡ଼ିଶା ଜୈବ ବିବିଧତା ପରିଷଦର ତଥ୍ୟ ଅନୁଯାୟୀ ଇତିମଧ୍ୟରେ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ଜୈବ ବିବିଧତା ପରିଚାଳନା ସମିତି ଗଠନ ହୋଇସାରିଛି। ସେଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେହିପରି ପ୍ରସ୍ତୁତ ହେଉଥିବା ଜନ ଜୈବ ବିବିଧତା ପଞ୍ଜିକାରେ ଗ୍ରାମ ପଞ୍ଚାୟତର ଜୈବ ବିବିଧତା ସମ୍ପର୍କରେ ସମସ୍ତ ତଥ୍ୟ ରହିବ। ଏଥିପାଇଁ ଗ୍ରାମ ପଞ୍ଚାୟତ ଅନୁଯାୟୀ ସର୍ଭେ କରାଯିବ। ପଞ୍ଚାୟତର ଜୀବଜନ୍ତୁ, ଗଛଲତା, ଉଦ୍ଭିଦ, ଔଷଧୀୟ ବୃକ୍ଷ, ବିଲୁପ୍ତ ହୋଇଥିବା ବୃକ୍ଷରାଜି, ଆବଶ୍ୟକତା ଥିବା ବୃକ୍ଷ ଆଦି ସମ୍ପର୍କରେ ଅନୁଧ୍ୟାନ କରାଯିବ। ସମସ୍ତ ତଥ୍ୟ ମିଳିବା ପରେ ପଞ୍ଚାୟତର ଜୈବ ବିବିଧତାର ସୁରକ୍ଷା ଲାଗି ଆକ୍ସନ ପ୍ଲାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ୩୦ଟି ଜିଲ୍ଲାରେ ଜନ ଜୈବ ବିବିଧତା ପଞ୍ଜିକା ପ୍ରସ୍ତୁତ ସରିଛି। କେବଳ ଚୂଡ଼ାନ୍ତ ସ୍ପର୍ଶ ବାକି ରହିଛି। ଓଡ଼ିଶାରେ ଥିବାଜୈବ ବିବିଧତା ପାରମ୍ପାରିକ ଜ୍ଞାନ କୌଶଳକୁ ନେଇ ପରିଷଦ ପକ୍ଷରୁ ଏକ ଫିଲ୍ମ ପ୍ରସ୍ତୁତ କରାଯାଉଛି।

22/05/2020

Leave a Reply

Your email address will not be published. Required fields are marked *

Comments