Bikash Khabar
୫୦ ହଜାର ଖର୍ଚ୍ଚ କରି ଘି କୁଆଁରୀ ଚାଷରୁ ପାଆନ୍ତୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ

ଛୋଟ ଉଦ୍ୟୋଗ ଠାରୁ ଆରମ୍ଭ କରି ବହୁ ରାଷ୍ଟ୍ରୀୟ କମ୍ପାନୀ ଯାଏଁ ଅନେକ କମ୍ପାନୀ ଏବେ ଘି କୁଆଁରି (ଆଲୋଭେରା) ରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ।

ଏଲୋଭେରାର ବ୍ୟବସାୟ ଦୁଇ ପ୍ରକାର ଭାବେ କରାଯାଇପାରେ । ଆରମ୍ଭରୁ ଆପଣ ଏହାର ଚାଷ କରିପାରନ୍ତି । ଏଥିପାଇଁ ଆପଣ ୧ହେକ୍ଟର ଜମିରେ କେବଳ ୫୦ ହଜାର ଖର୍ଚ୍ଚ କରି ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ବର୍ଷକୁ ୮ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଦ୍ୱିତିୟତଃ ଆପଣ ଏଲୋଭେରା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରି ଏହାର ରସ ବିକ୍ରୟ କରି ମୋଟା ଅଙ୍କ ରୋଜଗାର କରିପାରିବେ । ଏଥିପାଇଁ ୬ରୁ ୭ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାକୁ ହେବ ଏବଂ ଆୟ ୨୦ ଲକ୍ଷରୁ ଆରମ୍ଭ କରି ୧କୋଟି ଟଙ୍କା ପର୍ଯ୍ୟନ୍ତ କରିହେବ । ଥରେ ଆପଣ ଏହାକୁ ଲଗାଇ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳ କରିବେ । ଏଲୋଭେରାର ବହୁ ଉନ୍ନତ ପ୍ରଜାତିର କିସମ ବଜାରରେ ଉପଲବ୍ଧ ହେଉଛି । ଇଣ୍ଡିଆନ କାଉନସିଲ ଫର ଏଗ୍ରିକଲଚର ରିସର୍ଚ୍ଚ ଅନୁଯାୟୀ ଏକ ହେକ୍ଟର ଜମିରେ ରୋପଣ କରାଗଲେ ଖର୍ଚ୍ଚ ପାଖାପାଖି ୨୭୫୦୦ ଟଙ୍କା ଆସିଥାଏ । ପ୍ରଥମ ବର୍ଷ ମଜୁରୀ, ଜମି ପ୍ରସ୍ତୁତି, ସାର ଆଦି ମିଶାଇଲେ ୫୦ ହଜାର ଟଙ୍କା ଖର୍ଚ୍ଚ ହୁଏ । ପ୍ରତି ଏକର ଜମିରୁ ୪୦ରୁ ୫୦ ଟନ୍ ପତ୍ର ଅମଳ ହୁଏ । ଟନ୍ ପ୍ରତି ୧୫ ହଜାରରୁ ୨୫ ହଜାର ଟଙ୍କାରେ ବିକ୍ରୀ ହୁଏ । ଦ୍ୱିତୀୟ ଏବଂ ତୃତୀୟ ବର୍ଷରେ ପତ୍ରର ଅମଳ ୬୦ ଟନ୍ ହୋଇଥାଏ । ଚତୁର୍ଥ ଏବଂ ପଂଚମ ବର୍ଷ ୨୦ରୁ ୨୫ ପ୍ରତିଶତ ଅମଳ ହ୍ରାସ ପାଏ । 
 

08/11/2018

Leave a Reply

Your email address will not be published. Required fields are marked *

Comments