Bikash Khabar
ଏଣିକି ବାଇକ୍‌ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ

ଏବେ କେବଳ ବାଇକ ଚାଳକ ହେଲେମେଟ୍ପିନ୍ଧିଲେ ଚଳିବ ନାହିଁ। ବାଇକ୍ ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ଯଦି ବାଇକ୍ପଛରେ ବସିଥିବା ବ୍ୟକ୍ତି ବିନା ହେଲମେଟ୍ରେ ଯାତ୍ରା କରୁଥିବେ ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ଏନେଇ ଶନିବାର ଟୁଇଟ ଯୋଗେ ସୂଚନା ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡ଼ାକଡ଼ି କରାଯିବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେଯେ, ୨୦୨୦ ମାର୍ଚ୍ଚ ତାରିଖରୁ ବାଇକ୍ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍ପିନ୍ଧିବା ବାଧ୍ୟତାମୂଳକ। ହେଲେ ମହାମାରୀ କୋଭିଡ-୧୯ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରିନଥିଲେ ସରକାର।ଶନିବାର ଆରଟିଓ କଟକ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ଯେ, ଶୁକ୍ରବାର ଓଲଟପୁର ଥାନା ଦ୍ଵାରା ମିଳିତ ଯାଞ୍ଚ ଅଭିଯାନ କରାଯାଇଥିଲା। ଏଥିରେ ବାଇକ୍ପଛରେ ବସି ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିବା କାରଣରୁ ୯୨ ଜଣଙ୍କୁ ଜୋରିମାନା ଦେବାକୁ ପଡିଛି। ୪୨ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହେବା ସହ ଜୋରିମାନା ଭାବେ ,୩୪,୦୦୦ ଟଙ୍କା ଆଦାୟ କରାଯାଇଛି। ତେଣୁ ହେଲମେଟ୍ ପିନ୍ଧି ନିଜ ଜୀବନକୁ ସୁରକ୍ଷିତ ରଖିବା ସହ ଜୋରିମାନା ଦେବାରୁ ବଞ୍ଚନ୍ତୁ ବୋଲି କଟକ ଆରଟିଓ ଅଫିସ ପକ୍ଷରୁ କୁହାଯାଇଛି।

06/12/2020

Leave a Reply

Your email address will not be published. Required fields are marked *

Comments