Bikash Khabar
ଜାଗର ଯାତ୍ରାରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପଲିଥିନ୍ ପ୍ରବେଶ ନିଷିଦ୍ଧ ହେଉ

ଆଉ ଦିନ କେଇଟା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଜାଗର ଯାତ୍ରା । ଏବେଠୁ ଏକାମ୍ରକ୍ଷେତ୍ର ଚଳଚଂଚଳ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ପ୍ରତିବର୍ଷ ଯାତ୍ରା ଶେଷର ପରଦିନ ମନ୍ଦିର ପରିସରରୁ ଟ୍ରକ୍ ଟ୍ରକ୍ ପଲିଥିନ୍, ପ୍ଲାଷ୍ଟିକ ସାମଗ୍ରୀ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ପରିଷ୍କାର କରାଯାଇଥାଏ । ଯାହାକି ଭକ୍ତମାନେ ଦୀପ ଜାଳି ଦୀପ ଜାଳି ସାରିବା ପରେ ଘରୁ ନେଇ ଆସିଥିବା ପଲିଥିନ୍, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ଦ୍ରବ୍ୟକୁ ଏଣେତେଣେ ପକାଇ ଚାଲିଯାଇଥାନ୍ତି । ଯଦ୍ୱାରା ମନ୍ଦିର ପରିବେଶକୁ ବିଗାଡ଼ି ଦେବା ସହ ମନ୍ଦିରର ସୌନ୍ଦର୍ଯ୍ୟତା ନଷ୍ଟ ବି ହୋଇଥାଏ । ଏଣୁ ମନ୍ଦିର ଭିତରକୁ ପଲିଥିନ୍ ଓ ପ୍ଲାଷ୍ଟିକ ଦ୍ରବ୍ୟର ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ପାଇଁ ମନ୍ଦିର ପ୍ରଶାସନ ଏବେଠୁ କଟକଣା ଜାରି କରିବା ଦରକାର ବୋଲି ଜାତୀୟ ଯୁବପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ସୁଶାନ୍ତ ସାହୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପତ୍ର ଲେଖିଛନ୍ତି ।

ସୂଚନାଯୋଗ୍ୟ ଅକ୍ଟୋବର, ୨୦୧୮ରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପଲିଥିନ୍ ବାରଣ କଡ଼ାକଡ଼ି ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ, ବିଏମସି ଡ଼େପୁଟି କମିଶନର ଓ ସେବାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଏଣିକି ପଲିଥିନ୍ ପୁରାଇ ଦିଆଯିବ ନାହିଁ । ସିଂହଦ୍ୱାର ନିକଟରେ ଶ୍ରଦ୍ଧାଳୁମାନଙ୍କୁ କଡ଼ାକଡ଼ି ଯାଂଚ କରାଯିବ । ପଲିଥିନ୍ ବଦଳରେ  ମନ୍ଦିର ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ କାଗଜ ବ୍ୟାଗ ଯୋଗାଇ ଦିଆଯିବ । ମନ୍ଦିର ନିକଟରେ ଥିବା ଦୋକାନୀ ଏହି କାଗଜ ବ୍ୟାଗ କିଣି ଶ୍ରଦ୍ଧାଳୁଙ୍କୁ ଫୁଲ, ବେଲପତ୍ର ଓ ଭୋଗ ଯୋଗାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଯଦ୍ୱାରା ଜାତୀୟ ଐତିହ୍ୟ କିର୍ତ୍ତୀରାଜି ସମ୍ପନ୍ନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ପ୍ଲାଷ୍ଟିକ, ପଲିଥିନ୍ ଏଣେତେଣେ ପଡ଼ି ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶକୁ ବିଗାଡ଼ି ଦେଉଛି ବୋଲି ଶ୍ରୀ ସାହୁ ପତ୍ରରେ ଦର୍ଶାଇଛନ୍ତି ।

02/03/2019

Leave a Reply

Your email address will not be published. Required fields are marked *

Comments