Bikash Khabar
୧୫ ହଜାରରୁ ଅଧିକ ଶିଶୁଙ୍କ ସୁରକ୍ଷିତ ପ୍ରସବ କରାଇଥିବା ଜନନୀ ଆମ୍ମାଙ୍କ କାହାଣୀ

ଜଣାଶୁଣା ସମାଜସେବୀ ତଥା ପଦ୍ମଶ୍ରୀ ଏସ ନରସମ୍ମାଙ୍କ ଡ଼ିସେମ୍ବର ୨୫ରେ ମହାପ୍ରୟାଣ ଘଟିଛି । ଜନନୀ ଆମ୍ମା ନାମରେ ବାଙ୍ଗାଲୁରରେ ପରିଚିତ ଏହି ସମାଜସେବୀ କର୍ଣ୍ଣାଟକର ଏକ ଛୋଟ ଗାଁରେ ଜନ୍ମ ଲାଭ କରିଥିଲେ । ଜଣେ ପାରମ୍ପରିକ ଧାଇ ଭାବେ ସେ ନିଜ ଗାଁର ଗର୍ଭବତୀ ମା ମାନଙ୍କୁ ପ୍ରସବ କରାଇବାରେ ସହାୟତା କରିବାକୁ ନିଜର ନିଶା ଭାବେ ଧରି ନେଇଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ପ୍ରସବ ସହାୟତା ଯୋଗାଇ ଦେଉଥିଲେ । ନରସମ୍ନା ନିଜ ଜୀବନକାଳ ମଧ୍ୟରେ ୧୫ ହଜାର ଶିଶୁଙ୍କ ସୁରକ୍ଷିତ ପ୍ରସବ କରାଇବାରେ ସଫଳତା ପାଇଛନ୍ତି ।

ମୃତ୍ୟୁ ବେଳକୁ ତାକୁ ୯୮ ବର୍ଷ ହୋଇଥିଲା । ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୨୦୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନୀତ କରିଥିଲେ । କର୍ଣ୍ଣାଟକର ତୁମକୁର ଜିଲ୍ଲାର ଘରେ ଘରେ ଜନନୀ ଆମ୍ମା ନାମରେ ପ୍ରସିଦ୍ଧ ନରସମ୍ନା ନିଜ ଦାଦିଙ୍କ ଠାରୁ ଧାଇ କାମ ଶିିଖିଥିଲେ । ପ୍ରସବ ସହାୟତା ପାଇଁ ସେ କାହାଠୁ ପଇସାଟିଏ ଗ୍ରହଣ କରୁନଥିଲେ । ଜୀବନରେ ବିଦ୍ୟାଳୟର ବାରଣ୍ଡା ମାଡ଼ିନଥିବା ଏହି ମହିଳାଙ୍କୁ ୨୦୧୪ରେ ତୁମକୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ଼କ୍ଟରେଟ ଉପାଧିରେ ସମ୍ମାନୀତ କରାଯାଇଥିଲା । 
 

27/12/2018

Leave a Reply

Your email address will not be published. Required fields are marked *

Comments