Bikash Khabar
ବନ୍ଦ ହେଲା ଜେଟ ଉଡ଼ାଣ

ଘୋର ଆର୍ଥିକ ସଙ୍କଟକୁ ସାମ୍ନା କରିଛି ଜେଟ ଏୟାରୱେଜ । ଗତ କାଲିଠାରୁ ଜେଟ ତାର ଉଡ଼ାଣ ବନ୍ଦ କରିଛି । କମ୍ପାନୀର ୨୨ ହଜାର କର୍ମଚାରୀ ଦରମା ଓ ଚାକିରୀ ହରାଇ ସଡ଼କ ଉପରକୁ ଚାଲିଆସିଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ୱରେ ଗଠିତ କନସୋର୍ଟିୟମ ବିମାନ କମ୍ପାନୀକୁ ୪୦୦ କୋଟି ଟଙ୍କାର ଅନ୍ତରୀଣ ପାଣ୍ଠି ଦେବାକୁ ଅଗ୍ରାହ୍ୟ କରିବା ପରେ କମ୍ପାନୀ ମଙ୍ଗଳବାର ଦିନ ଏହାର ସମସ୍ତ ଉଡ଼ାଣକୁ ରବ୍ଦ କରିଦେଇଛି । ଜେଟ ଇତିହାସରେ ଦୀର୍ଘ ୨୫ ବର୍ଷ ପରେ ଏଭଳି ଏକ ଖରାପ ଦିନ ଆସିଥିବା ନେଇ ଚର୍ଚ୍ଚା ହେଉଛି । ପୁନର୍ବାର କେବେ ଏହା ଉଡ଼ିବ ସେ ନେଇ କାହା ନିକଟରେ ତଥ୍ୟ ନାହିଁ ।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କମ୍ପାନୀକୁ ବିଶ୍ୱାସଯୋଗ୍ୟ ପୁନରୁଦ୍ଧାର ଯୋଜନା ଉପସ୍ଥାପନା ପାଇଁ କହିଛନ୍ତି । ନିୟମାବଳୀ ସଂପର୍କିତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ପୁନଋଦ୍ଧାର ପ୍ରକ୍ରିୟା ନେଇ ପଦକ୍ଷେପ ନିଆଯିବ ବୋଲି ଡ଼ିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଏହା ଏତେ ଶିଘ୍ର ଯେ ପୁଣି କାର୍ଯ୍ୟକ୍ଷମ ହୋଇ ଉଡ଼ାଣ ଉଡ଼ିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

19/04/2019

Leave a Reply

Your email address will not be published. Required fields are marked *

Comments