Bikash Khabar
ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦର ପାଇଁ ପାରିତ ହେଲା ସଂକଳ୍ପ

ଆସନ୍ତା ୨୨ ତାରିଖରେ ଉଦଘାଟନ ହେବ ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଏହା ପୂର୍ବରୁ ବିମାନବନ୍ଦରର ନାମକରଣ ବୀରସୁରେନ୍ଦ୍ର ସାଏଙ୍କ ନାମରେ କରାଯିବା ପାଇଁ ବିଧାନସଭାରେ ସର୍ବ ସମ୍ମତ୍ତିକ୍ରମେ ସଂକଳ୍ପ ପାରିତ ହୋଇଯାଇଛି । ବିକ୍ରମ କେଶରୀ ଆରୁଖ ସଂକଳ୍ପ ଆଗତ କରିବା ପରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ ।
ଓଡ଼ିଶା ବିମାନସଭାରେ ପାରିତ ଏଭଳି ସଂକଳ୍ପକୁ ଟୁଇଟ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ବୀରସୁରେନ୍ଦ୍ର ସାଏ ଭାରତୀୟ ମୁକ୍ତି ସଂଗ୍ରାମର ଅନନ୍ୟ ସାମଗ୍ରୀ ତଥା ଓଡ଼ିଶାର ଗର୍ବ ଓ ଗୌରବ । ଓଡ଼ିଶାର ଏହି ମହାନ ଯୋଦ୍ଧାଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରିବା ସହ ପ୍ରୟାସ କରିବି ବୋଲି ପ୍ରଧାନ କହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ୧୮ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଏହି ମହାନ ସଂଗ୍ରାମୀ ଜେଲ ଭିତରେ ପ୍ରାଣ ହରାଇଥିଲେ । ତାଙ୍କ ନାମରେ ବିମାନ ବନ୍ଦର ପ୍ରତିଷ୍ଠା ତାଙ୍କ ପାଇଁ ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ।
 

19/09/2018

Leave a Reply

Your email address will not be published. Required fields are marked *

Comments