Bikash Khabar
୨୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଝୋଟ ବ୍ୟାଗ ତିଆରି ୟୁନିଟ୍, ବର୍ଷକୁ ହେବ ୪ ଲକ୍ଷ ଲଙ୍କାର ଆୟ

 ଯଦି କମ୍ ପୁଞ୍ଜି ନିବେଶରେ କିଛି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଥାନ୍ତି ତେବେ ଝୋଟ ତିଆରି ବ୍ୟାଗ ୟୁନିଟ ଖୋଲିବା କଥା ଚୂଡ଼ାନ୍ତ କରନ୍ତୁ । ଏଥିପାଇଁ ଆପଣଙ୍କୁ ୬୫ ପ୍ରତିଶତ ମୁଦ୍ରା ଋଣ ମିଳିପାରିବ । ୨୫ ପ୍ରତିଶତ ସୁଧ ମୁକ୍ତ ଋଣ ନ୍ୟାସନାଲ ସେଣ୍ଟର ଫର ଜୁଟ ଡ଼ାଇଭରଫିକେଶନ ଠାରୁ ମିଳିପାରିବ ।

କେତେକ ସହରରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ହୋଇଥିବାବେଳେ ଝୋଟ ତିଆରି ବ୍ୟାଗ ଉପରେ ଚାହିଦା ବଢି ବଢି ଚାଲିଛି । ଏଣୁ ଝୋଟ ତିଆରି ବ୍ୟାଗ, ବ୍ୟବସାୟର ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ବୟନ ଓ ହସ୍ତଶିଳ୍ପ ମନ୍ତ୍ରଣାଳୟ ପ୍ରଦତ୍ତ ସୂଚନା ଅନୁଯାୟୀ ଯଦି ଆପଣ ଏକ ଝୋଟ ବ୍ୟାଗ ତିଆରି ୟୁନିଟ ସ୍ଥାପନା କରିବା ପାଇଁ ଚାହୁଁଥାନ୍ତି ତେବେ ଏଥିପାଇଁ ସିଲେଇ ମେସିନ, କଂଚାମାଲ ଓ କୁଶଳୀ ଶ୍ରମିକଙ୍କ ଆବଶ୍ୟକତା ରହିଛି । ଆପଣ ମେସିନ ପାଇଁ ୯୦ ହଜାର ଓ କଂଚାମାଲ ପାଇଁ ୫୦ ହଜାର ଓ ଅନ୍ୟାନ୍ୟ ବାବଦକୁ ଇତ୍ୟାଦି ମୋଟ ୨ଲକ୍ଷ ୫୨ ହଜାର ପୁଞ୍ଜିନିବେଶ କରିବାକୁ ହେବ । ଏଥିରେ ମାସକର କଂଚାମାଲ ଓ ଦରମା ଯୋଡ଼ାଯାଇଛି । ମୁଦ୍ରା ଋଣରେ ୬୫ ପ୍ରତିଶତ ଅର୍ଥାତ ୧.୬୪ ଲକ୍ଷ ଓ ଏନସିଏଏଫଡ଼ିରୁ ୨୫ ପ୍ରତିଶତ ଅର୍ଥାତ ୬୩ ହଜାର ଋଣ ମିଳିବ । ବଳକା ନିଜର ୨୫ ହଜାର ପୁଞ୍ଜିରେ ଆପଣ ଏଭଳି ୟୁନିଟ ଖୋଲିପାରିବେ । ଏଥିରେ ଆପଣ ବାର୍ଷିକ ୯ ହଜାର ସପିଂ ବ୍ୟାଗ, ୬ ହଜାର ଲେଡ଼ିଜ ବ୍ୟାଗ, ୭୫୦୦ ସ୍କୁଲ ବ୍ୟାଗ, ୯୦୦୦ ହ୍ୟାଣ୍ଡ ବ୍ୟାଗ, ୬୦୦୦ ଝୋଟ ବାଉଁଶ ଫୋଲ୍ଡର ତିଆରି କରିପାରିବେ । ଏସବୁ ତିଆରି ପାଇଁ ୨୭ ଲକ୍ଷ ୯୫ ହଜାର ଖର୍ଚ୍ଚ ହେବ ଏବଂ ଆପଣଙ୍କୁ ବିକ୍ରୀ ବାବଦରୁ ୩୨.୨୫ ଲକ୍ଷ ମିଳିବ । ଏଭଳି ଭାବେ ଆପଣଙ୍କୁ ଝୋଟ ବ୍ୟାଗ ୟୁନିଟରୁ ବାର୍ଷିକ ୪.୩୦ ଲକ୍ଷ ଟଙ୍କାର ଆୟ ମିଳିପାରିବ । 

14/08/2018

Leave a Reply

Your email address will not be published. Required fields are marked *

Comments