Bikash Khabar
କାହ୍ନୁଚରଣଙ୍କ ନିଜସ୍ୱ ପାଣି ପ୍ରକଳ୍ପ,୩ ଖଣ୍ଡ ଜଳକ୍ଲିଷ୍ଟ ଗାଁର ମେଂଟାଇଛି ଶୋଷ

ଗଂଜାମ ଜିଲ୍ଲା ଭଞ୍ଜନଗର ଠାରୁ ସୋରଡା ଯିବା ରାସ୍ତାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମବାସୀ। ପିଇବା ପାଣିକୁ ନେଇ ଭୋଗୁଥିଲେ କଷ୍ଟ ଗ୍ରାମର ୩୫୦ ପରିବାର ପିଇବା ପାଣି ମୁନ୍ଦେ ପାଇଁ ଦୂର ଚୁଆ ଗାଡ଼ିଆ ଉପରେ ନିର୍ଭର କରୁଥିଲେ ଗ୍ରାମାବାସୀଙ୍କ ଜଳ ଯାତନା ଦୂର କରିବାକୁ ଗାଁରେ  ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ସରକାରୀ ସ୍ତରରେ ଦୁଇ ଦୁଇ ଥର ଉଦ୍ୟମ ହୋଇଥିଲା। ବାରମ୍ବାର ପରୀକ୍ଷା ନୀରିକ୍ଷା ପରେ ଭୂଗର୍ଭରେ ପାଣି ନଥିବା ଦର୍ଶାଇ ପ୍ରକଳ୍ପ ନିର୍ମାଣ ସର୍ଭେରେ ହିଁ ସୀମିତ ରହି  ଯାଇଥିଲା। ଗ୍ରାମବାସୀଙ୍କୁ ଏଭଳି ଯନ୍ତ୍ରଣାରୁ ନିସ୍ତାର ଦେବାକୁ ଆଗେଇ ଆସିଥିଲେ ଶିକ୍ଷିତ ଯୁବକ କାହ୍ନୁଚରଣ ବିଶୋୟୀ। ମାଟି ଉପରେ ସବୁଜିମା ଯଦି ରହିପାରୁଛି ତେବେ ଜଳ କାହିଁକି ଥିବ ଏହି କଥା ଚିନ୍ତାକରି ସେ ବିଭିନ୍ନ ବୋରଏଲ ଖୋଲୁଥିବା ସଂସ୍ଥା ସହ ଯୋଗାଯୋଗ କଲେ ନିଜସ୍ୱ ଅର୍ଥ ରେ ଖୋଲିବା ଆରମ୍ଭ କଲେ ଗଭୀର ନଳୂକପ ଖନନ ସହ କାଠରେ ଓଭରହେଡ ଟ୍ୟାଙ୍କର ଷ୍ଟାଣ୍ଡକରି ସେଥିରେ ପ୍ଲାସ୍ଟିକ ଟାଙ୍କି ବସାଇଲେ।ଏବେ ଲୋକେ କାହ୍ନୁ ଙ୍କ ପ୍ରକଳ୍ପରୁ ସୁବିଧାରେ ପିଇବା ପାଣି ଯୋଗାଡ଼ କରିପାରୁଛନ୍ତି

17/11/2020

Leave a Reply

Your email address will not be published. Required fields are marked *

Comments