Bikash Khabar
କନ୍ଧମାଳ ରେ କମିଛି ଆମ୍ବ ଉତ୍ପାଦନ

 ଚଳିତ ବର୍ଷ କନ୍ଧମାଳରେ ଫଳିନି ଆମ୍ବ। ପାଗ ପରିବର୍ତ୍ତନ ଯୋଗୁ ବିଭିନ୍ନ ସୁସ୍ବାଦୁ ଦେଶୀ ଖୁରୁଡିଠାରୁ ଆମ୍ରପଲ୍ଲୀ ଦୋସରି ଆମ୍ବ ଖାଇବା ଦୂରର କଥା, ବଜରରେ ଦେଖିବାକୁ ବି ମିଳୁନାହିଁ। ଦେଶୀ ଆମ୍ବ ଅଭାବରୁ ବାହାର ରାଜ୍ୟର ଆସୁଥିବା ଆମ୍ବ ଚାହିଦା ବଢ଼ିଯାଇଛି। ସୁଆଦିଆ ହେଉ କି ହେଉ, ଲୋକମାନେ ସେହି ଆମ୍ବକୁ କିଣିବାକୁ ବାଧ୍ୟ ହେଉଛନ୍ତି। ତାହା ପୁଣି କିଲୋ ପିଛା ଦିଗୁଣା ଦର ଦେଇ କିଣୁଛନ୍ତି।ପରିସଂଖ୍ୟାନରୁ ଜଣାଯାଏ କନ୍ଧମାଳ ଜିଲ୍ଲାରେ ୧୨ହଜାର ହେକ୍ଟର ଜମିରେ ଆମ୍ବ ଚାଷ ହୁଏ। ସେଥିମଧ୍ୟରୁ ୫ହଜାର ହେକ୍ଟରରେ କେବଳ ଦେଶୀ ଆମ୍ବ ଚାଷ ହୁଏ। ବାକି ହଜାର ହେକ୍ଟରରେ ସଘନ ଆମ୍ବ ଚାଷ ହୁଏ। ପ୍ରତିବର୍ଷ ଦେଶୀ ଆମ୍ବ ୧ହଜାର ମେଟ୍ରିକ ଟନ୍ ଉତ୍ପାଦନ ହୋଇଥାଏ। ୩୫ ହଜାର ମେଟ୍ରିକ ଟନ୍ ସଘନ ଆମ୍ବ ଫଳେ। ପାଗ ପରିବର୍ତ୍ତନ ଯୋଗୁ ଚଳିତ ବର୍ଷ ମାତ୍ର ୧୦୦ କ୍ବିଣ୍ଟାଲ ପାଖାପାଖି ଦେଶୀ ହଜାରରୁ ୫ହଜାର ମେଟ୍ରିକ ଟନ୍ ସଘନ ଆମ୍ବ ଗଛରେ ଫଳିଛି। ଆମ୍ବର ଅଭାବ ପାଇଁ ବାହାର ରାଜ୍ୟରୁ ଆମ୍ବ କନ୍ଧମାଳକୁ ଆସୁଛି। ଯାହାର ମୂଲ୍ୟ ଦିଗୁଣା ଦରରେ ବିକ୍ରି ହେଉଛି। ଦେଶୀ ସୁଆଦିଆ ମିଠା ଆମ୍ବ କିଲୋ ୨୦ରୁ ୩୦ ଟଙ୍କା ବିକ୍ରି ହେବା କଥା। ହେଲେ ବାହାରୁ ଆସୁଥିବା ଆମ୍ବ ଏବେ ୬୦ରୁ ୮୦ଟଙ୍କାରେ ବିକ୍ରି ହେଉଛି। ବର୍ଷକରେ ଥରେ ଆମ୍ବ ଖାଇବାକୁ ମିଳୁଛି। ତେଣୁ ନିରୁପାୟ ହୋଇ ଲୋକମାନେ ବାଧ୍ୟ ହୋଇ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି।କନ୍ଧମାଳରେ ମାତ୍ର ୨୦ ପ୍ରତିଶତ ଆମ୍ବ ଫଳି ଥିବାରୁ ଏହା ଦ୍ବାରା ବେଶୀ ପ୍ରଭାବିତ ହୋଇଛନ୍ତି ଆମ୍ବ ଚାଷୀ। ବର୍ଷବର୍ଷ ଭଲ ଆମ୍ବ ଫଳେ। ଲକ୍ଷାଧିକ ଟଙ୍କା ବିକ୍ରି କରିଥାଉ। ହେଲେ ଚଳିତ ବର୍ଷ ହୋଇଥିବା ଖର୍ଚ୍ଚ ଲାଗିଥିବା ମଜୁରି ବି ମିଳିବ ନାହିଁ ବୋଲି କହନ୍ତି ଆମ୍ବ ଚାଷୀ ରାଜେନ୍ଦ୍ର ମଲ୍ଲିକ ବରୁଣ ମଲ୍ଲିକ। ଗଛରେ ଯାହା ଆମ୍ବ ଫଳିଛି ତାହା ସମୁଦ୍ରକୁ ଶଙ୍ଖେ। ବିକ୍ରି କରିବାକୁ ଆମ୍ବ ନାହିଁ ବୋଲି କହନ୍ତି ଆଉ ଦୁଇ ଜଣ ଆମ୍ବ ଚାଷୀ ରାମଚନ୍ଦ୍ର ମଲ୍ଲିକ ଏବଂ ରାମଚନ୍ଦ୍ର ପ୍ରଧାନ। ଚଳିତ ବର୍ଷ ଆମ୍ବବେଶୀ ଫଳି ନାହିଁ। ଏହି ସମୟରେ ଦେଶୀ ହେଉ କି ସଘନ ଆମ୍ବ କନ୍ଧମାଳରେ ପାଚିଲା ହାଉଯାଉ ହୋଇପଡେ। ହାଟ ବଜାର ରାସ୍ତା ଦୁଇ କଡରେ ସକାଳୁ ସନ୍ଧ୍ୟାରେ ଆମ୍ବର ପସରା ମେଲାଇଥାଏ। ହେଲେ ଏବର୍ଷ ଏସବୁ ଦେଖିବାକୁ ମିଳୁନାହିଁ।

26/06/2020

Leave a Reply

Your email address will not be published. Required fields are marked *

Comments