Bikash Khabar
କନ୍ଧମାଳର ମଣ୍ଡାସୁର ପାଇଲା ଜୈବ ବିବିଧତା ଐତିହ୍ୟ ମାନ୍ୟତା

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଥିବା ମଣ୍ଡାସୁରକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । ଓଡ଼ିଶାର ପ୍ରଥମ ତଥା ଦେଶର ୧୩ତମ ଐତିହ୍ୟ ସ୍ଥଳ ଭାବେ ମଣ୍ଡାସୁର ମାନ୍ୟତା ପାଇଛି । ୨୦୦୨ ଜୈବ ବିବିଧତା ଆଇନର ଧାରା ୩୭ ଅନୁଯାୟୀ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ମଣ୍ଡାସୁରରେ ଭରି ରହିଛି ବହୁ ବିଲୁପ୍ତ ପ୍ରାୟ ବୃକ୍ଷ । ଉଭିଦ ତଥା ପ୍ରାଣୀ ସମ୍ପଦରେ ଏହି ସ୍ଥାନ ଭରପୁର ଥିବାରୁ ଏହାକୁ ରାଜ୍ୟର ପ୍ରଥମ ଜୈବ ବିବିଧତା ଐହିତ୍ୟ ସ୍ଥଳୀର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ ଜୁନ ମାସରୁ  ଓଡ଼ିଶା ଜୈବ ବିବିଧତା ପରିଷଦ ପକ୍ଷରୁ ତିନିମାସ ବ୍ୟାପୀ ଏକ ସର୍ଭେ କରାଯିବା ସହିତ ସ୍ଥାନୀୟ ଜନଗଣ, ବିଶେଷଜ୍ଞ ଓ ପରିବେଶବିତଙ୍କ ମତାମତ ଲୋଡ଼ାଯାଇଥିଲା । ତାହାକୁ ଅନୁଧ୍ୟାନ କରିବା ପରେ ଗତ ୧୨ ତାରିଖରେ ମଣ୍ଡାସୁରକୁ ରାଜ୍ୟର ପ୍ରଥମ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବେ ଘୋଷଣା କରାଯାଇଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ମଣ୍ଡାସୁର ଜୈବ ପର୍ଯ୍ୟଟନ ସ୍ଥଳୀ ରହିଛି । ଏହା ଏକ ହିଲ୍ ଷ୍ଟେସନ ଭାବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ଏଠାରେ ପାହାଡ଼, ଝରଣା ଓ କାଠ ବଙ୍ଗଳା ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।

20/03/2019

Leave a Reply

Your email address will not be published. Required fields are marked *

Comments