Bikash Khabar
କର୍ଣ୍ଣାଟକରେ କୃଷି ଋଣ ଛାଡ଼ ଘୋଷଣା, ଆବେଦନ କରିଛନ୍ତି ୪୩ ଲକ୍ଷ ଚାଷୀ, ଲାଭ ପାଇଛନ୍ତି ୮୦୦

କର୍ଣ୍ଣାଟକରେ ସରକାରକୁ ଆସିବାର 10 ଦିନ ଭିତରେ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଥିଲା ଜେଡ଼ିଏସ । ଜେଡ଼ିଏସ-କଂଗ୍ରେସ ମେଂଟ ଫଳରେ କର୍ଣ୍ଣାଟକରେ ସରକାର ଗଢା ଗଲା । ମୁଖ୍ୟମନ୍ତ୍ରୀ ଜୁଲାଇ ୫ରେ ନିର୍ବାଚନ ଇସ୍ତାହାରକୁ ସମ୍ମାନ ଜଣାଇ କୃଷି ଋଣ ଛାଡ଼ ଘୋଷଣା ମଧ୍ୟ କଲେ । ରାଜ୍ୟରୁ ଋଣ ଛାଡ଼ ପାଇଁ ୪୩ ଲକ୍ଷ ଚାଷୀ ଆବେଦନ କଲେ । କିନ୍ତୁ ୫ ମାସ ପରେ ମାତ୍ର ୮୦୦ ଚାଷୀ ଋଣ ଛାଡ଼ର ଲାଭ ଉଠାଇ ପାରିଥିବା ଜଣାପଡ଼ିଛି ।  

କ୍ଷମତାକୁ ଆସିବା ପରେ ଜେଡ଼ିଏସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ୪୪ ହଜାର କୋଟି ଟଙ୍କାର କୃଷିଋଣ ଛାଡ଼ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ । କଂଗ୍ରେସ ମଧ୍ୟ ଏଥିପାଇଁ  ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିଜକୁ ସାବାସୀ ଜଣାଇଥିଲା । ଘୋଷଣାର ୫ ମାସ ପରେ କର୍ଣ୍ଣାଟକର ମାତ୍ର ୮୦୦ ଚାଷୀଙ୍କୁ ଛାଡ଼ିଦେଲେ ଆଉ ଜଣେ ବି ଚାଷୀ ଋଣ ଛାଡ଼ର ସୁଫଳ ପାଇନାହାନ୍ତି । ସମବାୟ ବ୍ୟାଙ୍କ ଗୁଡ଼ିକରୁ ଋଣ ଆଣିଥିବା ରାଜ୍ୟର ୨୦ ଲକ୍ଷ ଚାଷୀଙ୍କ ସମେତ ମୋଟ ୪୩ ଲକ୍ଷ ଚାଷୀ ଏବେ ବି ଋଣ ଛାଡ଼ କେବେ ହେବ ଅପେକ୍ଷା କରି ରହିଛନ୍ତି ।              
 

13/12/2018

Leave a Reply

Your email address will not be published. Required fields are marked *

Comments