Bikash Khabar
ଅଧ୍ୟାପିକା ବୃତ୍ତି ଛାଡ଼ି ୨୭ ଏକର ଜମିରେ ଆରମ୍ଭ କଲେ ପରିବା ଚାଷ, ଏବେ ପରିବା ଯାଉଛି ଦୁବାଇ ଓ ଇସ୍ରାଏଲ

 ଛତିଶଗଡ଼ର ୨୭ ବର୍ଷ ବୟସ୍କା ବଲ୍ଲରୀ କମ୍ପ୍ୟୁଟର ସାଇନ୍ସରୁ ଏମଟେକ୍ କରିବା ପରେ ଦୁର୍ଗା କଲେଜରେ ଆସୋସିଏଟ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ । କିଛି ମାସର ଅଧ୍ୟାପନା ପରେ ସେ ଚାକିରୀ ଛାଡ଼ି ଦେଇ କୃଷି କ୍ଷେତ୍ରକୁ ଫେରିଲେ । ୨୭ ଏକର ଜମିରେ ଆରମ୍ଭ କଲେ ଚାଷ । ଏବେ ତାଙ୍କ ଜମିରୁ ଅମଳ ହେଉଥିବା ଜୈବିକ ପନିପରିବା ଦୁବାଇ ଏବଂ ଇସ୍ରାଏଲ ଭଳି ଦେଶକୁ ପଠାଯାଇପାରୁଛି । ଅର୍ଗାନିକ ଫାର୍ମଙ୍ଗ କରି ବଲ୍ଲରୀ ଏବେ ରାଜ୍ୟର ଏକ ସଫଳ ଚାଷୀର ସ୍ୱିକୃତି ସାଉଁଟିଛନ୍ତି ।

ବଲ୍ଲରୀ ଚନ୍ଦ୍ରାକର ନିଜ ଗାଁ ବାଗବାହରା ଜିଲ୍ଲାରେ ୨୦୧୬ରୁ ଆରମ୍ଭ କରିଛନ୍ତି ଏହି ଅର୍ଗାନିକ ଫାର୍ମିଙ୍ଗ । କଲେଜରେ ଅଧ୍ୟାପନା ଛାଡ଼ି ଜଣେ ଝିଅ ଚାଷ କରୁ ବୋଲି ପରିବାର ଓ ଗ୍ରାମବାସୀ ଚାହୁଁନଥିଲେ । ଏହା ସତ୍ୱେ ବଲ୍ଲରୀ ନିଜ ଜିଦରେ ଅଟଳ ରହି ଗୋଟିଏ ବର୍ଷ ମଧ୍ୟରେ ଦେଖାଇ ଦେଲେ ଚମକ୍ରାରୀତା । ୨୦୧୭ ଶେଷ ବେଳକୁ ତାଙ୍କର କ୍ଷେତରେ ଯୋଜନାବଦ୍ଧ ଭାବେ ଭେଣ୍ଡି, କଖାରୁ, ବାଇଗଣ, ଲଙ୍କା, ଶାଗ, ମୂଳା, ଟମାଟୋ ଆଦି ଉତ୍ପାଦିତ ହୋଇ ବଜାର ପ୍ରବେଶ କରିଥିଲା । ତାଙ୍କ ପିତା ରାୟପୁର ଠାରେ ଥିବା ଭାରତୀୟ ପାଣିପାଗ ସଂସ୍ଥାର ଜଣେ ବରିଷ୍ଠ ବୈଜ୍ଞାନିକ । ପିତାଙ୍କ ସହଯୋଗରେ ବଲ୍ଲରୀଙ୍କ ଫାର୍ମ ହାଉସର ଅଗ୍ରଗତି ହୋଇଥିଲା । ଏବେ ବଲ୍ଲରୀଙ୍କ ଫାର୍ମରୁ ଉତ୍ପାଦିତ ପରିବା ଇନ୍ଦୋର, ନାଗପୁର, ବାଙ୍ଗାଲୁର ଏବଂ ଦିଲ୍ଲୀରେ ବିକ୍ରୀ ହେଉଛି । ସବୁଜ ଲଙ୍କା, କଲରା, କଖାରୁ, ଟମାଟୋ, ଲାଉ ଉତ୍ପାଦନ ଅଧିକ ହେଉଛି । ଟମାଟୋ ଓ ଲାଉ ଆଦି ପରିବା ସେ ଦୁବାଇ ଓ ଇସ୍ରାଏଲ ପଠାଉଛନ୍ତି । 

04/07/2018

Leave a Reply

Your email address will not be published. Required fields are marked *

Comments