Bikash Khabar
ପ୍ରତି ପଞ୍ଚାୟତରେ ଖୋଲିବ କୋଭିଡ୍‌ କେୟାର ହୋମ୍

 କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ରଣକୌଶଳ ବଦଳାଇଛନ୍ତି। ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପର୍କରେ ଘୋଷଣା କରି କହିଛନ୍ତି, ପ୍ରତି ଗ୍ରାମ ପଞ୍ଚାୟତରେ ଏବେ କୋଭିଡ଼୍ କେୟାର ହୋମ୍ ସୁବିଧା ହେବ, ଯେଉଁଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ। ଏହାଦ୍ବାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିବେ। ଥଣ୍ଡା, ଜ୍ବର କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସିଧାସଳଖ ହସ୍ପିଟାଲ ନିଆ ଯାଇ ପ୍ରଥମେ କୋଭିଡ୍ କେୟାର ହୋମକୁ ନିଆଯିବ। ଟେଷ୍ଟିଂ ପରେ ଯଦି କୋଭିଡ୍ ପଜିଟିଭ୍ ଆସେ ତେବେ ଯାଇ କୋଭିଡ୍ ହସ୍ପିଟାଲକୁ ପଠାଯିବ। ଅନ୍ୟଥା ସେ ଘରେ ରହି ଚିକିତ୍ସିତ ହୋଇପାରିବେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଗାଁ ସବୁଠାରେ ଵାର୍ଡସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟିରେ ଵାର୍ଡ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍ଏମ୍ ଏବଂ ଏସଏଚଜିର ମାଆମାନେ ସଦସ୍ୟ ରହିବେ। ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ବତନ୍ତ୍ର କ୍ଷମତା ଦିଆଯିବ। ବର୍ତମାନର ଗାଁ କଲ୍ୟାଣ ସମିିତି ଏହି କୋଭିଡ୍ ପରିଚାଳନା କମିଟି ଦାୟିତ୍ବ ନିର୍ବାହ କରିବେ। ପ୍ରତି କମିଟିକୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ଼୍ କେୟାର ହୋମ୍ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ପ୍ରଶାସନିକ କ୍ଷମତା ମିଳିବ । ସହରାଞ୍ଚଳରେ ଵାର୍ଡ କମିଟିଗୁଡିକ ଵାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ। ସେଥିରେ ସ୍ଥାନୀୟ ଲୋକ ସ୍ବେଚ୍ଛାସେବକମାନେ ସଦସ୍ୟ ରହିବେ। ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସହରାଞ୍ଚଳରେ ବସ୍ତି ଉପରେ କମିଟି ଅଧିକ ଫୋକସ ଦେବା ସହିତ ବଡ଼ ବଡ଼ ବସ୍ତିଗୁଡିକରେ କୋଭିଡ୍ କେୟାର ହୋମ୍ ମଧ୍ୟ ସ୍ଥାପନ ହେବ।

18/06/2020

Leave a Reply

Your email address will not be published. Required fields are marked *

Comments