Bikash Khabar
କେବଳ ୨ଲକ୍ଷରେ ଆରମ୍ଭ କରନ୍ତୁ ଏଲଇଡ଼ି ବଲବ ତିଆରି ବ୍ୟବସାୟ, ମାସକୁ ହେବ ୫୦ ହଜାର ରୋଜଗାର

  ଏଲଇଡ଼ି ବଲୁବରେ ଶକ୍ତି ସଂଚୟ ହୋଇଥାଏ । ସେଥିପାଇଁ ଭାରତ ସରକାର ଦେଶରେ ଏଲଇଡ଼ିର ବ୍ୟବହାରକୁ ପ୍ରୋତ୍ସାହନ ଦେଇଥାନ୍ତି । ଗତବର୍ଷ ସରକାର ଡ଼ୋମାଷ୍ଟିକ ଏଫିସିଏଣ୍ଟ ଲାଇଟିଙ୍ଗ ପ୍ରୋଗ୍ରାମର ଆରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ସଫଳତାର ସହ କିଛି ଅଂଚଳରେ ଚାଲିଛି । ଉଜ୍ଜ୍ୱଳାର ସଫଳତା ସହିତ ଦେଶରେ ଏଲଇଡ଼ି ବଲବର ବ୍ୟବହାର ବଢି ଚାଲିଛି । ଏଲଇଡ଼ି ବଲବର ବ୍ୟବସାୟ ଖୁବ୍ କମ୍ ପୁଞ୍ଜି ନିବେଶରେ ଆରମ୍ଭ କରାଯାଇପାରିବ ।

ଆପଣ ଏଲଇଡ଼ି ବଲବ କିଣି ତାକୁ ବିକ୍ରୀ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଦୋକାନ ଘର ଭଡ଼ାରେ ନେବାକୁ ହେବ । ଯଦି ଆପଣଙ୍କର ନିଜର ଘର ଥିବ ତେବେ ଆପଣ ଏହାକୁ ଏଲଇଡ଼ି ବଲବ ବିକ୍ରୟ ଦୋକାନ ଭାବେ ପରିଚାଳନା କରିପାରିବେ । ଏଥିପାଇଁ ଆପଣଙ୍କୁ ୧.୫ରୁ ୨ଲକ୍ଷ ଟଙ୍କା ଯାଏଁ ପୁଞ୍ଜିନିବେଶ କରିବାକୁ ହେବ । ଦୋକାନରେ ଯଦି ଭଲ କାରବାର ହୁଏ ତେବେ ମାସକୁ ୨୦ ହଜାରରୁ ୫୦ ହଜାର ଯାଏଁ ଲାଭ ମିଳିପାରିବ । ଯଦି ଆପଣ ଏଲଇଡ଼ି ବଲବର ବିକ୍ରେତା ବଦଳରେ ସପ୍ଲାୟର ହେବା ପାଇଁ ଚାହାନ୍ତି ତେବେ ଅଧିକ ଲାଭ ପାଇପାରିବେ । ଏଥିପାଇଁ ଅଧିକ ପୁଞ୍ଜିନିବେଶ କରିବାକୁ ହେବ । ଗୋଦାମଘର, ପରିବହନ ପାଇଁ ଯାନର ବ୍ୟବସ୍ଥା କରିବାକୁ ହେବ । ୬ରୁ ୮ ଲକ୍ଷ ଟଙ୍କାର ବିନିଯୋଗରେ ଆପଣ ଯୋଗାଣକାରୀ ହୋଇପାରିବେ । ଯଦି ଆପଣ ଆସେମ୍ଭିଂ ୟୁନିଟ୍ ସ୍ଥାପନା କରିବେ ତେବେ ଆପଣଙ୍କୁ ୫ରୁ ୭ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାକୁ ପଡ଼ିବ ଏବଂ ଆପଣଙ୍କୁ ମାସକୁ ଅତି କମରେ ୨୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ମିଳିବ । ଏଲଇଡ଼ି ଲାଇଟର ବ୍ୟବସାୟ ଆରମ୍ଭ କରିବା ପାଇଁ ହେଲେ ଆପଣ ଏମଏସଏମଇ ମନ୍ତ୍ରଣାଳୟ ଠାରୁ ପ୍ରଶିକ୍ଷଣ ସୁବିଧା ପାଇପାରିବେ । 

08/07/2018

Leave a Reply

Your email address will not be published. Required fields are marked *

Comments