Bikash Khabar
ଓଡ଼ିଶା ଅନୁଗୋଳରୁ ହେଲା ଆରମ୍ଭ, ଏଣିକି ଜନସେବା କେନ୍ଦ୍ରରେ ମିଳିବ ଉଜ୍ଜ୍ୱଳା ଏଲପିଜି

ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାର ଅନୁଗୋଳରୁ ଆରମ୍ଭ ହୋଇଛି ଏଲପିଜି ବଣ୍ଟନର ପରୀକ୍ଷା କେନ୍ଦ୍ର । ଅନୁଗୋଳର ୪୦ଟି ଜନସେବା କେନ୍ଦ୍ରରେ ଏବେ ମିଳିପାରୁଛି ଉଜ୍ଜ୍ୱଳା ଏଲପିଜି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏଣିକି ଆଉ ଦୂରରେ ଥିବା ରିଫିଲି ସେଣ୍ଟରକୁ ଯିବାକୁ ପଡ଼ିବ ନାହିଁ । ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରରୁ ଗ୍ୟାସ ଉଠାଇପାରିବେ । ଏହି ଯୋଜନା ଅନୁଗୋଳରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଜିଲ୍ଲାର ବଡ଼କେରାସ୍ଥିତ ଜନସେବା କେନ୍ଦ୍ରରୁ ଏହାର ଶୁଭାରମ୍ଭ ହୋଇଛି । ଅନୁଗୋଳରେ ଏହା ସଫଳ ହେଲେ ସାରା ଭାରତ ବର୍ଷରେ କାର୍ଯ୍ୟକାରୀ ହେବ ।

ଅନୁଗୋଳ ଜିଲ୍ଲାରେ ଏବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୧ ପ୍ରତିଶତ ଲୋକଙ୍କୁ ଏଲପିଜି ସଂଯୋଗ ଦିଆଯାଇଛି । ଅବଶିଷ୍ଟ ୧୯ ପ୍ରତିଶତଙ୍କୁ ଚିହ୍ନଟ କରାଯାଇ ଖୁବ ଶିଘ୍ର ଯୋଜନାରେ ସାମିଲ କରାଯିବ । ରାସନ କାର୍ଡ଼ଧାରୀଙ୍କ ସମେତ ୮ଟି ବର୍ଗର ଲୋକଙ୍କୁ ଏବେ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଉଛି । ହିତାଧିକାରୀମାନେ ଗ୍ୟାସ ଭରିବା ପାଇଁ ଆଉ ରିଫିଲି ସେଣ୍ଟରକୁ ନଯାଇ ଜନସେବା କେନ୍ଦ୍ରରେ ଗ୍ୟାସ ବଦଳାଇ ପାରିବେ । ନୁଆ ସଂଯୋଗ ମଧ୍ୟ ଜନସେବା କେନ୍ଦ୍ରରୁ ମିଳିପାରିବ । ଅନୁଗୋଳ ଜିଲ୍ଲାରେ ଏବେ ୪୦ଟି ଜନସେବା କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି । ପରେ ଆଉ ୧୯ଟି କେନ୍ଦ୍ରରେ କରାଯିବ ବୋଲି ଉଜ୍ଜ୍ୱଳା ଯୋଜନାର ଜିଲ୍ଲା ନୋଡ଼ାଲ ଅଫିସର ଆଶିଷ କୁମାର ସୂଚନା ଦେଇଛନ୍ତି । 
 

05/01/2019

Leave a Reply

Your email address will not be published. Required fields are marked *

Comments