Bikash Khabar
ଶିବରାତ୍ରିରୁ ଆରମ୍ଭ ରଥଯାତ୍ରା ଯାଏ ବେପାର, ସହରରେ ଖୋଲିଲା ଲସି, ସର୍ବତ, ରାବିଡ଼ି ଦୋକାନ

ଶିବରାତ୍ରି ଅବସରରେ କଟକ ଭୁବନେଶ୍ୱରର ଦ୍ୱୈତ ନଗରୀରେ ସର୍ବତ ଦୋକାନମାନ ଖୋଲିଛି । ଦୋଳମୁଣ୍ଡାଇ, କଲେଜ ଛକ, ବକ୍ସିବଜାର, ଚଣ୍ଡି ଛକ, ଝାଞ୍ଜିରୀ ମଙ୍ଗଳା, ବଜ୍ରକବାଟି, ଛତ୍ର ବଜାର, ଅଲିଶାବଜାର ସମେତ ଭୁବନେଶ୍ୱରର କଳ୍ପନା ଛକ, ସହିଦ ନଗର, ଦୁର୍ଗାପୂଜା ମଣ୍ଡପ, ଜୟଦେବ ବିହାର ଛକ, କିଟ୍ ଛକ ପ୍ରମୁଖ ସ୍ଥାନ ଗୁଡ଼ିକରେ ପାରମ୍ପରିକ ସର୍ବତ ବେପାର ପାଇଁ ଷ୍ଟଲ ମାନ ଖୋଲିଛି । ଏହି ବେପାର ମୁଖ୍ୟତଃ ଶିବରାତ୍ରି ଠାରୁ ଆରମ୍ଭ ହୋଇ ରଥଯାତ୍ରା ଯାଏ ଚାଲିଥାଏ । ଶିବରାତ୍ରିରେ ଅଧିକାଂଶ ଲୋକ ଉପବାସ କରିଥାନ୍ତି । ତେଣୁ ଏହି ଦିନ ସରବତ ଦୋକାନରେ ପ୍ରବଳ ଭିଡ଼ ହୁଏ । 

ଖରାଦିନେ ଅସ୍ଥାୟୀ ଭାବେ ଖୋଲୁଥିବା ସରବତ ଦୋକାନ ଗୁଡ଼ିକ ସହିତ ସହରରେ ଆଖୁରସର ଅନେକ ଠେଲା ଗାଡ଼ି ଲାଗିଥାଏ । ଖରା ୪ ମାସରେ କେବଳ କଟକ ଭୁବନେଶ୍ୱରରେ ୨କୋଟି ଟଙ୍କାରୁ ଅଧିକ ଥଣ୍ଡା ପାନୀୟ, ସରବତ, ଆଖୁରସ, ଆଇସକ୍ରିମ, ଦହି, ବରଫ କାରବାର ହୋଇଥାଏ । ସହରରେ ଡ଼ାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଡ଼ାଇବେଟିସ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସୁଗାର ଫ୍ରି ସର୍ବତ ବି ମିଳୁଛି । ଖରାଦିନେ ଥଣ୍ଡା ପାନୀୟର ଚାହିଦା ସର୍ବତ ବିଭିନ୍ନ ଓଷା ପରବ ଆଉ ଟିକେ ଅଧିକ ବଳ ଦେଇଥାଏ । ଓଷା ପରବ ଦିନରେ ଲୋକେ ଅଧିକ ସଂଖ୍ୟାରେ ସରବଡ଼ ଦୋକାନରେ ପହଂଚନ୍ତି ।

05/03/2019

Leave a Reply

Your email address will not be published. Required fields are marked *

Comments