Bikash Khabar
ଗାଁ ଦାଣ୍ଡରେ ବିଧାୟିକା କୁସୁମ ଟେଟେ ଙ୍କ ଜନଶୁଣାଣି,ସମର୍ଥକ ମହଲ ରେ ଉତ୍ସାହ

ଗାଁ ଦାଣ୍ଡରେ ବସିଛନ୍ତି ବିଧାୟିକା ରାସ୍ତା ମଝିରେ ପଡ଼ିଛି ଜରି ପାଲ ବିଧାୟିକାଙ୍କ ଆଗରେ ବସିଛନ୍ତି ଗ୍ରାମବାସୀ ଏମିତି ଗାଁ ଦାଣ୍ଡରେ ଚାଲିଛି ଜନଶୁଣାଣି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଏପରି ଏବେ ଗାଁ ଗାଁରେ ବସୁଛି ଖୋଲାମଞ୍ଚ ଗାଁକୁ ଗାଁ ବୁଲି ବୁଲି ବିଧାୟିକା ସିଧାସଳଖ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି ବିଧାୟିକାଙ୍କର ଏହି ଯୋଜନା ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକର ମେଗଡେଗା ପଞ୍ଚାୟତର ୯ଟି ରାଜସ୍ୱ ଗାଁରୁ ଆରମ୍ଭ ହୋଇଛି ଲୋକଙ୍କ ଠାରୁ ସମସ୍ୟା ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ସେହି ସ୍ଥାନରୁ କଥା ହୋଇ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବିଧାୟିକା କୁସୁମ ଟେଟେ। ଅନେକ ସମୟରେ ଲୋକେ ସମସ୍ୟା ଜଣାଇବାକୁ ବିଧାୟକଙ୍କ ଭେଟ ପାଇନଥାନ୍ତି ସାକ୍ଷାତ ବି ହୋଇପାରିନଥାଏ କିନ୍ତୁ ଏବେ ବିଧାୟକ ନିଜେ ଆସୁଛନ୍ତି ଗାଁକୁ ଲୋକଙ୍କ ନିକଟକୁ କଥା ହେଉଛନ୍ତି, ସମସ୍ୟା ବୁଝୁଛନ୍ତି, ସମାଧାନ କରାଉଛନ୍ତି ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି ପ୍ରକାଶ କରିଛନ୍ତି ସମସ୍ତଙ୍କ ମୁହଁରେ ଗୋଟିଏ କଥା , ବିଧାୟକ ହେବ ଏମିତି

16/10/2020

Leave a Reply

Your email address will not be published. Required fields are marked *

Comments