Bikash Khabar
ସମାଜସେବୀଙ୍କ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି : ମାନସିକ ବିକାରଗ୍ରସ୍ତଙ୍କ ଚିକିତ୍ସା ଓ ଥଇଥାନ ପ୍ରତିବଦ୍ଧତା ପୂରଣ ହେଉ

ରାଜ୍ୟରେ ପ୍ରାୟ ୪ଲକ୍ଷ ମାନସିକ ରୋଗୀଙ୍କ ଚିକିତ୍ସା ସୁବିଧାର ଆବଶ୍ୟକତା ରହିଛି । ଦୁର୍ବଳ ପାରିବାରିକ ସ୍ଥିତି, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମର ଅନୁପସ୍ଥିତି ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ ଓ ଥଇଥାନ ଭିତ୍ତିଭୂମିର ଅଭାବ ଯୋଗୁଁ ୩୦ ହଜାରରୁ ଉଦ୍ଧ୍ୱର୍ ମାନସିକ ରୋଗୀ ରାସ୍ତାଘାଟରେ ବୁଲୁଛନ୍ତି । ଏମାନଙ୍କ ଚିକିତ୍ସା ଓ ଥଇଥାନ ପାଇଁ ମାନ୍ୟବର ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେବା ସତ୍ୱେ ରାଜ୍ୟ ସରକାର ଏହା ପାଳନ କରିନାହାନ୍ତି । ଫଳରେ ଅଭାବନୀୟ ଘଟଣାମାନ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସମାଜସେବୀ ସୁଶାନ୍ତ କୁମାର ସାହୁ ।

ଜାତୀୟ ଯୁବ ପୁରସ୍କାର ବିଜେତା ସୁଶାନ୍ତ ସାହୁ ଏହାକୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ରାସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କ ଚିକିତ୍ସା ଓ ଥଇଥାନ ପାଇଁ ସରକାରୀ ସ୍ତରରେ କିଛି ବ୍ୟବସ୍ଥା ନଥିବା ସୂଚାଇବା ସହ ଗତ ଜାନୁଆରୀ ୧୭ରେ ଓଡ଼ଗାଁ ଠାରେ ଜଣେ ମାନସିକ ବିକାରଗ୍ରସ୍ତଙ୍କ ଆକ୍ରମଣରେ ଦୁଇଟି ନିରୀହ ଜୀବନ ଚାଲିଯାଇଥିବା ସୂଚିତ କରାଇ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ମାନି ତୁରନ୍ତ ଏମାନଙ୍କର ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି । ବିଭିନ୍ନ ଜିଲ୍ଲାରେ ଏମାନଙ୍କ ପାଇଁ ଥଇଥାନ ଓ ଚିକିତ୍ସା କେନ୍ଦ୍ର ଖୋଲିବା ଦିଗରେ ଶ୍ରୀ ସାହୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

18/01/2019

Leave a Reply

Your email address will not be published. Required fields are marked *

Comments