Bikash Khabar
ବିବାହ ରେ ଲକଡାଉନ,ମାସ୍କ ପିନ୍ଧି ହେଲା ବାହାଘର; ବିବାହ ଖର୍ଚ୍ଚ ପାଇଁ ଥିବା ଟଙ୍କାକୁ ରିଲିଫ୍‌ ପାଣ୍ଠିକୁ ଦେଲେ ବରକନ୍ୟା

ଭାବିଥିଲେ ବନ୍ଧୁବାନ୍ଧବ ସାଙ୍ଗସାଥିଙ୍କ ଗହଣରେ କନ୍ୟା ଘରକୁ ଯାଇଥାନ୍ତେ ବାଜା, ବାଣ, ରୋସଣିରେ ଗାଁ ଦାଣ୍ଡ ଦୁଲୁକିଥାନ୍ତା ହେଲେ କରୋନା କଟକଣା ଯୋଗୁଁ ସବୁ ଯୋଜନା ଭାବନାରେ ରହିଗଲା ନିରାଡମ୍ବର ଭାବେ ବିବାହ କରିଛନ୍ତି ମିତଦ୍ରୁ ସୁନ୍ଦର ସାହୁ(୩୦) ରୀତାରାଣୀ ସାହୁ(୨୩) ପାଟଣା ବ୍ଲକ୍ତୁରୁମୁଙ୍ଗା ପଞ୍ଚାୟତ କଇଁଣ୍ଡା ଗାଁ ସ୍ଥିତ କନ୍ୟାଙ୍କ ମଉସା ମଙ୍ଗୁଳୁ ଚରଣ ସାହୁଙ୍କ ବାସଭବନରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି ହେଲେ ଏହି ନବଦମ୍ପତି ନିରାଡମ୍ବର ବିବାହ ସହ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବିବାହ ପାଇଁ ଥିବା ଖର୍ଚ୍ଚରୁ ୫୦୦୧ ଟଙ୍କା ମୁଖ୍ୟମନ୍ତ୍ରୀ କରୋନା ରିଲିଫ ପାଣ୍ଠି ଆଉ ୫୦୦୧ ଟଙ୍କା ପ୍ରଧାନମନ୍ତ୍ର କରୋନା ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଏହା ପରେ ତୁରୁମୁଙ୍ଗା ୪୯ ନଂ ଜାତୀୟ ରାଜପଥ ଉପରେ ଯାଉଥିବା ଅସହାୟ ବାଟୋଇଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏପରିକି କନ୍ୟା ବିଦାୟ ବେଳେ ଉଭୟ ବରକନ୍ୟା ମାସ୍କ ସାନିଟାଇଜର ଉପହାର ନେଇ ବିଦାୟ ନେଇଛନ୍ତି ସୂଚନା ମୁତାବିକ, ଚମ୍ପୁଆ ବ୍ଲକ୍ସଡଙ୍ଗୀ ଗାଁର ବାସନ୍ତୀଲତା ସାହୁ ମଧୁସୂଦନ ସାହୁଙ୍କ ପୁଅ ମିତୁଙ୍କ ସହ ସଦର ବ୍ଲକ୍ଅଞ୍ଜର ଗାଁର ମନ୍ଦାକିନୀ ସାହୁ ସଚ୍ଚିଦାନନ୍ଦ ସାହୁଙ୍କ ଝିଅ ରୀତାରାଣୀଙ୍କ ବିବାହ ମାସ ପୂର୍ବରୁ ଧାର୍ଯ୍ୟ ହୋଇଥିଲା ସେତେବେଳେ ବହୁ ଆଡମ୍ବର ଭବେ ବିବାହ କରିବାକୁ ସ୍ଥିର ହୋଇଥିଲା ହେଲେ କରୋନା କଟକଣା ପାଇଁ ତାରିଖ ଅନୁଯାୟୀ ବିବାହ କରିବା ସମ୍ଭବ ହୋଇନଥିଲା ଶେଷରେ ପୁଅ ଝିଅ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ କନ୍ୟା ପକ୍ଷ ପାଟଣା ତହସିଲ ବରପକ୍ଷ ଚମ୍ପୁଆ ତହସିଲରୁ ଅନୁମତି ଆଣିଲେ ନିୟମ ଅନୁଯାୟୀ ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇ ବିବାହ କରିବାକୁ ସବୁଜ ସଙ୍କେତ ମିଳିବା ପରେ ଆୟୋଜନ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ ଚାଲିଥିବା ପରିସର ସାନିଟାଇଜ୍କରାଯାଇଥିଲା ବ୍ରାହ୍ମଣ ଠାରୁ ଆରମ୍ଭ କରି ବରକନ୍ୟା ଉପସ୍ଥିତ ଲୋକ ସ୍ୱତନ୍ତ୍ର ଶୁଭବିବାହ ମାସ୍କ ପିନ୍ଧିଥିଲେ ଉଭୟଙ୍କ ପକ୍ଷରୁ ମାତ୍ର ୧୦ ଜଣ ଉପସ୍ଥିତ ଥିଲେ କରୋନା କଟକଣାରେ ଏହି ନିଆରା ବିବାହ ସମ୍ପନ୍ନ ହୋଇଛି

18/05/2020

Leave a Reply

Your email address will not be published. Required fields are marked *

Comments