Bikash Khabar
ଲୋକୋ ପାଇଲଟ ବ୍ରେକ ମାରି ଅଟକାଇଦେଲେ ଟ୍ରେନ,ବଂଚିଗଲା ତିନୋଟି ହାତୀ ଙ୍କ ଜୀବନ

ପଶ୍ଚିମବଙ୍ଗର ସିବୋକ-ଗୁଲାମା ଖଣ୍ଡରେ ଏକ ହାତୀ ଛୁଆ ସମେତ ଟି ହାତୀ ରେଳଧାରଣା ପାର କରୁଥିଲେ। ସେହି ସମୟରେ ଦ୍ରୁତ ଗତିରେ ମାଡ଼ିଆସୁଥିଲା ଟ୍ରେନ ଗାଡିର ଗତି ଏମିତି ଥିଲା ଯେ ଧକ୍କା ହେବ ମାତ୍ରେ ଚାଲିଯାଇଥାଆନ୍ତା ଟ୍ରେନ ଲାଇନ ପାର ହେଉଥିବା ଏହି ହାତୀଙ୍କ ଜୀବନ ହେଲେ ଲୋକ ପାଇଲଟ ଜଣକ ଏପରି ହେବାକୁ ଦେଲେନି। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଠିକଣା ସମୟରେ ଟ୍ରେନକୁ ବ୍ରେକ୍ ମାରି ଅଟକାଇ ଦେଲେ ଏବଂ ହାତୀମାନେ ରେଳଧାରଣା ପାର ହୋଇ ଆରପଟକୁ ଯିବା ପରେ ସେ ଟ୍ରେନ ଚଲାଇଥିଲେ।ଏହି ସୂଚନା ରେଳମନ୍ତ୍ରୀ ପିୟୁଷ ଗୋଏଲ ଙ୍କ ନିକଟରେ ପହଂଚିବା ପରେ ସେ ନିଜ ଟ୍ୱିଟରହ୍ୟାଣ୍ଡେଲ ରେ ଏହାର ଏକ ଭିଡିଓଅପଲୋଡ଼ କରିବା ସହିତ ପାଇଲଟ ଙ୍କୁ ସାବାସୀ ଦେଇଛନ୍ତି

17/11/2020

Leave a Reply

Your email address will not be published. Required fields are marked *

Comments