Bikash Khabar
ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ,ବାଛିଛନ୍ତି କଳାରକ୍ତ ଥିବା କଡ଼କନାଥ ପ୍ରଜାତି

ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ କଥାଟି ଟିକେ ଅଜବ ଲାଗିଲେ ବି ଏହାହିଁ ସତ ଖୁବଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳାରକ୍ତ ଥିବା ବିରଳ କଡକନାଥ କୁକୁଡା ରାଞ୍ଚିରେ ଥିବା ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ ଏଥିପାଇଁ ସେ ଏହାର  କାମ ଆରମ୍ଭ କରିଦେଇଛନ୍ତି ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି ସ୍ୱଦେଶ ଫେରିବା ସହ ହଜାର କଳା କଡକନାଥ ଚିଆଁ ବରାଦ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ ଏହି ପ୍ରଜାତିର ବିରଳ କୁକୁଡାର ମାର୍କେଟରେ ରହିଛି ବେଶ୍ ଚାହିଦା କଡକନାଥ କୁକୁଡାରେ ଥିବା କଳା ରକ୍ତ କଳା ମାଂସ ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ ଏପରିକି ଏହି କୁକୁଡା ଫ୍ୟାଟ୍ କୋଲେଷ୍ଟ୍ରଲ ବଢାଉ ନଥିବାରୁ ଲୋକଙ୍କର ଏହାର ମାଂସ ଖାଇବା ପ୍ରତି ଆଗ୍ରହ ରହିଛି ଏହି ବିରଳ ପ୍ରଜାତିର କଡକନାଥ କୁକୁଡ଼ା ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ବେଶୀ ମାତ୍ରାରେ ଦେଖିବାକୁ ମିଳେ ତେଣୁ ଏହାର ବିଶେଷ ଚାହିଦାକୁ ଦେଖି ମହେନ୍ଦ୍ର ସିଂ ଧୋନୀ କଡକନାଥ କୁକୁଡର ଚାଷ ପାଇଁ ଆଗ୍ରହୀ ଥିବା ଜଣାପଡିଛି କୁକୁଡା ପାଇଁ ଝାବୁଆରେ ଥିବା କଡକନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁୁ ଯୋଗାଯୋଗ କରିଛନ୍ତି ଧୋନୀ

15/11/2020

Leave a Reply

Your email address will not be published. Required fields are marked *

Comments