Bikash Khabar
ଏଠାରେ ଲଣ୍ଡା କରାଯିବା ବଦଳରେ ମିଳେ ଲକ୍ଷ ଲକ୍ଷ ଟଙ୍କା, ଲାଇନ ଲଗାନ୍ତି ମହିଳା

  ଆମେ ସମସ୍ତେ ଜାଣନ୍ତି ମହିଳାମାନେ ନିଜ କେଶକୁ ଅଧିକ ଯତ୍ନ ନିଅନ୍ତି । ଅଳଙ୍କାର ଭଳି କେଶକୁ ଜାଗ୍ରତରେ ରଖିଥିବା ମହିଳାମାନଙ୍କ ସୌନ୍ଦର୍ଯ୍ୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । କିନ୍ତୁ ଆପଣ ଏକଥା ମଧ୍ୟ ଜାଣିଥିବେ ଦକ୍ଷିଣ ଭାରତର ଏପରି ଅନେକ ମନ୍ଦିର ଅଛି ଯେଉଁଠି ମହିଳାମାନେ ମୁଣ୍ଡନ ହୋଇଥାନ୍ତି । ମାନସିକ ପାଇଁ କେଶ ଦାନ କରନ୍ତି । ଜଣେ ଦୁଇଜଣ ନୁହେଁ ଅନେକ ମନ୍ଦିରରେ ମୁଣ୍ଡନ ପ୍ରକ୍ରିୟା ପାଇଁ ମହିଳାଙ୍କ ଲମ୍ବା ଧାଡ଼ି ଲାଗିଥାଏ ।

ମୁଣ୍ଡନରୁ ସଂଗ୍ରହ ହେଉଥିବା ବସ୍ତା ବସ୍ତା କେଶ ପ୍ୟାକ୍ ହୁଏ । ବିଦେଶରେ ବିକ୍ରୀ ହୋଇ ମନ୍ଦିରକୁ ଦୁଇ ପଇସା ଆସେ । ସିମାଂଚଳମ୍ ଏବଂ ତିରୁପତିର ମନ୍ଦିରରୁ କେଶ ବିକ୍ରୀ ଲକ୍ଷାଧିକ ଟଙ୍କାରେ ଦାତବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୁଏ । ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଓ ତାମିଲନାଡ଼ୁର ଅନେକ ମନ୍ଦିରରୁ ହେଉଥିବା କେଶ ବିକ୍ରୀ ଅର୍ଥରେ ସ୍କୁଲ, ଅନାଥାଶ୍ରମ, ହସପିଟାଲ ଚାଲେ ।

ଦକ୍ଷିଣ ଭାରତର ମହିଳାମାନେ କେଶରେ ରଙ୍ଗ କରନ୍ତି ନାହିଁ । ସାମ୍ପୋର ବ୍ୟବହାର ବହୁତ କମ୍ । ନଡ଼ିଆ ତେଲ ଲଗାଉଥିବାରୁ ଏମାନଙ୍କ କେଶ ମୁଲାୟମ । ଲମ୍ବା କେଶ ଗୁଡ଼ିକ ବିଦେଶରେ ଚାହିଦା ରହିଛି । ଏଥିରୁ ଅନେକ ପ୍ରକାର ଦ୍ରବ୍ୟ ତିଆରି କରାଯାଏ । 

05/09/2018

Leave a Reply

Your email address will not be published. Required fields are marked *

Comments