Bikash Khabar
ବଂଚିଛି ମଣିଷ ପଣିଆ, ମୁର୍ମୂଷୁ ଅବସ୍ଥାରେ ବରିଷ୍ଠ ନାଗରିକ ଉଦ୍ଧାର

ସ୍ମାର୍ଟ ନଗରୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ବାପୁଜୀ ନଗର । ମୁର୍ମୂଷୁ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ ଜଣେ ବରିଷ୍ଠ ନାଗରିକ । ବୟସ ପାଖାପାଖି ୯୦ ହେବ । ଦେହରେ ଚମଗୁଡ଼ିକ ଲୋଚା ହୋଇଗଲାଣି । ଦେହରେ ପିନ୍ଧିଥିବା ଗାମୁଛାଟି ଶରୀରଠାରୁ ଅଲଗା ହୋଇଯାଇଛି । ପାଖରେ ଉଡ଼ିବୁଲୁଥାନ୍ତି ପୁଳା ପୁଳା ମାଛି । ସମସ୍ତେ ଦେଖୁଛନ୍ତି, ମୁହଁ ବୁଲାଇ ଚାଲିଯାଉଥାନ୍ତି । ବୃଦ୍ଧଜଣଙ୍କ ଅଖିଆ ଅପିଆରେ ପଡ଼ି କଲବଲ ହେଉଥିବା ଦେଖି ଜନୈକ ବ୍ୟକ୍ତି ମିସିଙ୍ଗ୍ ଫାଉଣ୍ଡେସନର ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ସହଯୋଗ ଲୋଡ଼ିଥିଲେ । ସୁଶାନ୍ତ ତାଙ୍କର ସହଯୋଗୀ ସେଂଚୁରିଆନ୍ ବ୍ଲଡ଼ ଡ଼ୋନର ଗୋପୀମୋହନ ପଟ୍ଟନାୟକ, ସାମାଜିକ କର୍ମୀ ରାଜେଶ ପୃଷ୍ଟି, ମନୋରଞ୍ଜନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଂଚି ବୃଦ୍ଧଜଣଙ୍କୁ  ଲୁଙ୍ଗି ପିନ୍ଧାଇ ପୋଲିସ କଣ୍ଟ୍ରୋଲ୍ ରୁମର ସହାୟତା ଲୋଡ଼ିଥଲେ । ଜଣାପଡ଼ିଥିଲା ପ୍ରତ୍ୟେହ ବୃଦ୍ଧ ଜଣକ ୬ ନମ୍ବର ରାଧାକୃଷ୍ଣ ବସ୍ତିରୁ ଜଳଖିଆ ଖାଇବା ପାଇଁ ବାପୁଜୀନଗର ଆସିଥାନ୍ତି । କିନ୍ତୁ ଜଳଖିଆ ଖାଇବା ପରେ ଘରକୁ ଯିବାପାଇଁ ସେ ସକ୍ଷମ ହୋଇପାରିନଥିଲେ । କହିଥିଲେ ମୋତେ ମୋର ଘରେ ନେଇକି ଛାଡ଼ିିଦିଅ । ପୋଲିସ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଂଚି ବରିଷ୍ଠ ନାଗରିକ ଜଣକୁ ଉଦ୍ଧାର କରି ପିସିଆର ଭ୍ୟାନ୍ ଯୋଗେ ୬ ନମ୍ବରସ୍ଥିତ ରାଧାକୃଷ୍ଣ ବସ୍ତିରେ ରହୁଥିବା ପତ୍ନୀ କମଳା ମହାନ୍ତିଙ୍କୁ ସାମାଜିକ କର୍ମୀ ଉପସ୍ଥିତିରେ ବୁଝାସୁଝା କରି ହସ୍ତାନ୍ତରିତ କରିଥିଲେ । ବରିଷ୍ଠ ନାଗରିକ ଜଣକ ହେଉଛନ୍ତି ହୃଷିକେଶ ମହାନ୍ତି । ତିନୋଟି ଝିଅକୁ ନେଇ ତାଙ୍କ ସଂସାର । ସମସ୍ତେ ବିବାହିତ, କିନ୍ତୁ ବୃଦ୍ଧ ବାପା ମା’ଙ୍କ ଭଲମନ୍ଦ ଦେଖାଶୁଣା କରିବାକୁ ପାଖରେ କେହି ନାହାଁନ୍ତି ବୋଲି ପଡ଼ୋଶୀମାନେ କହିଥିଲେ । ଯୁବକଙ୍କର ଏତାଦୃଶ କାର୍ଯ୍ୟ ଏବେବି ବଂଚିଛି  ମଣିଷ ପଣିଆ ଉକ୍ତିକୁ ମନେ ପକାଇଦେଇଛି ।

14/01/2019

Leave a Reply

Your email address will not be published. Required fields are marked *

Comments