Bikash Khabar
ମାନସୀ ଙ୍କ ବୁଦ୍ଧି ଓ ସାହସ ରୁ ଇଟାଭାଟିରୁ ମୁକୁଳି ଆସିଲେ ୬ ହଜାର ଶ୍ରମିକ

କରୋନା କଟକଣାରେ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ମାଲିକ ଠିକାଦାରଙ୍କ ନିକଟରେ ଏବେ ବି ହଜାର ହଜାର ଦାଦନ ବନ୍ଧା ପଡ଼ିଛନ୍ତି। ଓଡ଼ିଶାର ଜଣେ ଆଦିବାସୀ ଯୁବତୀଙ୍କ ସାହସ ଉପସ୍ଥିତ ବୁଦ୍ଧି ପାଇଁ ତାମିଲନାଡ଼ୁର ବିଭିନ୍ନ ଇଟାଭାଟିରେ ନାନା ନିର୍ଯାତନାର ଶିକାର ୬ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ନିଜ ଭିଟାମାଟିକୁ ଫେରି ଜୀବନ ବଞ୍ଚାଇଥିବା ଜଣାପଡିଛି। ଏମାନଙ୍କ ପାଇଁ ଦେବଦୂତ ସାଜିଥିବା ଯୁବତୀ ହେଲେ ବଲାଙ୍ଗୀରର ମାନସୀ ବରିହା। ଏବେ ତାଙ୍କୁ ସାରା ଦେଶରୁ ସାବାସି ମିଳିବାରେ ଲାଗିଛି ମାନସୀଙ୍କ ବୟସ ୧୯ବର୍ଷ। ରୋଗରେ ତାଙ୍କ ମା'ଙ୍କର ମୃତ୍ୟୁ ଘଟିଥିଲା। ତେବେ ମା'ଙ୍କ ଚିକିତ୍ସା ପାଇଁ ବାପା ଉଦ୍ଧାର ଆଣିଥିବା ୨୮ ହଜାର ଟଙ୍କା ଶୁଝିବାକୁ ମାନସୀ କିଛିଦିନତଳେ ତାମିଲନାଡ଼ୁର ତିରୁଭାଲୁରସ୍ଥିତ ଏକ ଇଟାବାଟିକୁ କାମ କରିବାକୁ ଯାଇଥିଲେ। ମାନସୀଙ୍କ ସହ ବଲାଙ୍ଗୀର, ନୂଆପଡ଼ା କଳାହାଣ୍ଡି ଜିଲାର ପ୍ରାୟ ୩୫୫ଜଣ ଶ୍ରମିକ ଦାଦନ ଖଟୁଥିଲେ। ଇଟାଭାଟି ମାଲିକ ଆଗୁଆ ଟଙ୍କାଦେଇ ସେମାନଙ୍କୁ କିଣିନେଇଯାଇଥିବାରୁ କେବଳ ଖାଇବା ପାଇଁ ଦିନକୁ ମାତ୍ର ୩୦ଟଙ୍କା ଦେଉଥିଲେ। ହେଲେ କରୋନା ଲକ୍ଡାଉନ୍ପରେ ସେତକ ବି ମିଳି ଥିଲା। ଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଥିଲେ। ଘରକୁ ଫେରିବାକୁ ବାହାରିବାରୁ ଭାଟି ମାଲିକ ଛାଡ଼ି ଥିଲେ। ମାଲିକ ସହଯୋଗୀଙ୍କ ଆକ୍ରମଣରେ ମହିଳା ଶିଶୁଙ୍କୁ ମିଶାଇ ବହୁ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କେତେଜଣ ଶ୍ରମିକ ଛଟପଟ ହେଉଥିବାବେଳେ ମାନସୀ ସାହସ ଜୁଟାଇ ଉପସ୍ଥିତ ବୁଦ୍ଧି ଖଟାଇ ଏକ ନିରୋଳା ସ୍ଥାନକୁ ଯାଇ ଫୋନ୍ରେ ଜଣେ ସମ୍ପର୍କୀୟଙ୍କୁ ଜଣାଇବା ସହ ଆହତଙ୍କ ଭିଡିଓ ଫଟୋ ହ୍ବାଟ୍ସଆପ୍ରେ ଛାଡ଼ି ଉଦ୍ଧାର ପାଇଁ ନିବେଦନ ଥିଲେ। ଏହାପରେ ଏକ ସ୍ବେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାଇଥିଲା। ତିରୁଭାଲୁର ପ୍ରଶାସନକୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଅଧିକାରୀମାନେ ତୁରନ୍ତ ଇଟାଭାଟିରେ ପହଞ୍ଚତ୍ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏପରି କି ଇଟାଭାଟି ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ମଧ୍ୟ ହୋଇଥିଲା। ଏଥିସହ ନିକଟସ୍ଥ ୩୦ ଇଟାଭାଟିରେ ଚଢାଉ କରାଯାଇ ୬୭୫୦ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଟ୍ରେନ୍ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଉତ୍ତରପ୍ରଦେଶର ଶ୍ରମିକ ରହିଥିବାବେଳେ ଅଧିକାଂଶ ଓଡ଼ିଶାର ଥିଲେ। କେବଳ ମାନସୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଥିଲା।

30/07/2020

Leave a Reply

Your email address will not be published. Required fields are marked *

Comments