Bikash Khabar
ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲା: ଭିଜିଲାନ୍ସ ତଦନ୍ତ ନିର୍ଦେଶ ଦେଲେ ଲୋକାୟୁକ୍ତ

ମହାମାରୀ ସମୟରେ ହୋଇଥିଲା ମହାଲୁଟ ମାସ୍କ ପିପିଇ କିଟ୍କିଣା ରେ ଉଠିଥିଲା ଦୁର୍ନୀତିର ଅଭିଯୋଗ  ଏହି  ଦୁର୍ନୀତି ମାମଲାରେ ଏବେ ତଦନ୍ତ କରିବ ଭିଜିଲାନ୍ସ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଲୋକାୟୁକ୍ତ ଜଣେ ଏସ୍ପି କିମ୍ବା ଏଏସ୍ପି ପାହ୍ୟାର ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବ ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ଭିଜିଲାନ୍ସ ଏସପିଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ଭିଜିଲାନ୍ସ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଆସନ୍ତା ଫେବ୍ରୁଆରୀ ୧୫ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଲୋକାୟୁକ୍ତ କରିବେ ବହୁ ଚର୍ଚ୍ଚିତ ମାସ୍କ ଏବଂ ଅନ୍ୟାନ୍ୟ କୋଭିଡ୍ଜିନିଷପତ୍ର କିଣା କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ହୋଇଥିବା ମାମଲାର ଗତକାଲି ଶୁଣାଣି ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହେମନ୍ତ ଶର୍ମା ଯାମିନୀ ଷଡଙ୍ଗୀ ରଖିଥିବା ଉତ୍ତର ଉପରେ ଉଭୟ ପକ୍ଷର ଯୁକ୍ତିଗୁଡିକୁ ଲୋକାୟୁକ୍ତ ଅଢ଼େଇ ଘଣ୍ଟା ଶୁଣାଣି କରି ରାୟ ସଂରକ୍ଷିତ କରି ରଖିଥିଲେ

08/12/2020

Leave a Reply

Your email address will not be published. Required fields are marked *

Comments