Bikash Khabar
ଆଜିଠୁ ମାଟ୍ରିକ ଖାତା ମୂଲ୍ୟାଙ୍କନ,ଜୁଲାଇ ଶେଷ ବେଳକୁ ପରୀକ୍ଷା ଫଳ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜିଠାରୁ ୬୦ଟି କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖାତା ଦେଖାଯିବ ଏଥିପାଇଁ ପରୀକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ସକାଳ ୮ଟାରେ ପହଞ୍ଚିବା ପରେ ଭଲ ଭାବେ ସାବୁନ୍ଦ୍ୱାରା ଧୋଇହୋଇ ସାନିଟାଇଜ୍ହେବେ ଗୋଟିଏ କେନ୍ଦ୍ରରେ ସର୍ବାଧିକ ୨୦୦ ପରୀକ୍ଷକଙ୍କୁ ମୂଲ୍ୟାୟନ ପାଇଁ ନିଯୁକ୍ତ କରାଯିବ। ଏଥିସହ ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିଲୋମିଟର ଦୂରତାରେ ରହୁଥିବା ପରୀକ୍ଷକମାନେ ମୂଲ୍ୟାୟନ କାର୍ଯ୍ୟରେ ଯୋଗଦେବେ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।କୋଭିଡ୍-୧୯ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶିକ୍ଷକମାନଙ୍କୁ ମୂଲ୍ୟାୟନ କାର୍ଯ୍ୟରୁ ବାଦ୍ଦିଆଯାଇଛି ଖାତାଦେଖା ତୁରନ୍ତ ଶେଷ କରି ଜୁଲାଇ ଶେଷ ବେଳକୁ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ସୂଚନାଯୋଗ୍ୟ ଯେ, ଏବେଠାରୁ ଦ୍ୱିତୀୟ ଭାଷା ଇଂରାଜୀ, ଗଣିତ ସାମାଜିକ ଖାତା ଦେଖା ହେବ। ଏହି ଖାତାଗୁଡ଼ିକ ମୂଲ୍ୟାୟନ ଶେଷ ପରେ ପ୍ରଥମ ଭାଷା, ତୃତୀୟ ଭାଷା ସାଧାରଣ ବିଜ୍ଞାନ ଖାତା ମୂଲ୍ୟାୟନ ହେବ ମାଟ୍ରିକ ସହ ମଧ୍ୟମା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତାଦେଖା ମଧ୍ୟ ଏକସଙ୍ଗେ ଚାଲିବ। ମୂଲ୍ୟାୟନ ପରେ ଅନ୍ଲାଇନ୍ରେ ପ୍ରାପ୍ତ ନମ୍ବର ପ୍ରସେସିଂ ଫାର୍ମକୁ ମଧ୍ୟ ପ୍ରେରଣ କରାଯିବ। ଗତ ମାର୍ଚ୍ଚ ୧୮ ୧୯ ତାରିଖ ଦୁଇ ଦିନ ଖାତାଦେଖା ଚାଲିବା ପରେ କରୋନା ସଂକ୍ରମଣ ପାଇଁଁ ମୂଲ୍ୟାୟନ କାର୍ଯ୍ୟ ବନ୍ଦ ରଖାଯାଇଥିଲା।

26/05/2020

Leave a Reply

Your email address will not be published. Required fields are marked *

Comments