Bikash Khabar
ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସୁରକ୍ଷାର ବାର୍ତାବହ ଆପ୍ ‘ରେଡ଼୍ ଟକ୍‌’ ଲୋକାର୍ପିତ

 ସ୍ୱେଚ୍ଛାସେବୀ ସଂସ୍ଥା ଆଇନା ତରଫରୁ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ପରିଚ୍ଛନ୍ନତାର ବାର୍ତାବହ ଆପ୍ ରେଡ଼୍ ଟକ୍ଲୋକାର୍ପିତ ହୋଇଯାଇଛି ଆଇନା ସଂସ୍ଥା ଦ୍ୱାରା ଏହି ରେଡ଼୍ ଟକ୍ଆପ୍ ପ୍ରସ୍ତୁତ କରାଯାଇଛି କିଶୋରୀ ବାଳିକାମାନଙ୍କ ବିବିଧ ସମସ୍ୟା ବିଶେଷ କରି ଭିନ୍ନକ୍ଷମମାନଙ୍କ ସମସ୍ୟା ସମ୍ପର୍କିତ କାର୍ଯ୍ୟର ଦୀର୍ଘବର୍ଷର ଅଭିଜ୍ଞତାରୁ ଏହି ରେଡ଼୍ ଟକ୍ଆପ୍ ଆବଶ୍ୟକତା ଏବଂ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଯଦିଓ ପ୍ରଥମେ ପ୍ରାଥମିକ ସ୍ତରରେ ଦୃଷ୍ଟିବାଧିତ ଶ୍ରବଣବାଧିତ କିଶୋରୀମାନଙ୍କ ଦ୍ୱାରା ପ୍ରସ୍ତୁତି ଏବଂ ବ୍ୟବହାର କରାଯାଇଥିଲା, ବିଭିନ୍ନ ବର୍ଗର ସାଧାରଣ ଭିନ୍ନକ୍ଷମ ବ୍ୟକ୍ତିମାନେ ଏହାକୁ ଏଣିକି ବ୍ୟବହାର କରିପାରିବେ । ରେଡ଼୍ ଟକ୍ଆପ୍ ଉନ୍ମୋଚନ ଅବସରରେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ଉଦ୍ଘାଟନ କରି ଆଇନାର ଏହି ସଫଳ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ରେଡ଼୍ ଟକ୍ଆପ୍ ବହୁଳ ବ୍ୟବହାର, ଏହାର ଉପକାରିତା ଏବଂ ନିଜର ଅଭିଜ୍ଞତା ସମ୍ପର୍କରେ ମତପୋଷଣ କରିଥିଲେ ୟୁନିଟ- ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଲ, ହୀରାକୁଦ ଡିଗ୍ରୀ କଲେଜର ଅଧ୍ୟାପିକା ଡଃ ମଂଜୁଲତା ପଣ୍ଡା, ଶ୍ରୀମତୀ ଅର୍ପିତା ରାୟ ପ୍ରମୁଖ ଭିନ୍ନକ୍ଷମ ମହିଳାମାନେ ସମ୍ମୁଖୀନ ହେଉଥିବା ବିବିଧ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଏହି ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ରେଡ଼୍ ଟକ୍ଆପ୍ ଏକ ସେତୁ ରୂପେ କାର୍ଯ୍ୟକରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ କୋଲକାତାର ପ୍ରଫେସର ନନ୍ଦିନୀ ଘୋଷ, ଡଃ ସେବା ମହାପାତ୍ର ପ୍ରମୁଖ ଏହି ଉନ୍ମୋଚନ ଅବସରରେ ଅଂଶଗ୍ରହଣ ପୂର୍ବକ ଏହାର ବ୍ୟବହାରିକ ଉପକାରିତା ସମ୍ପର୍କରେ ମତ ଦେଇଥିଲେ ଆଇନାର ନିର୍ବାହୀ କମିଟିର ସଦସ୍ୟା ବିଶାଖା ଭଞ୍ଜ ଅଂଶ ଗ୍ରହଣ କରି ଦୀର୍ଘ ୧୯୯୬ରୁ କିଶୋରୀବାଳିକା ଏବଂ ପରିଚ୍ଛନ୍ନତା କ୍ଷେତ୍ରରେ ବସ୍ତି ଅଂଚଳରେ କାମ କରିବା ବେଳର ଅଭିଜ୍ଞତା ଏବଂ ଏହାର ପ୍ରସ୍ତୁତି ତଥା ଆବଶ୍ୟକତା ସମ୍ପର୍କରେ କହିଥିଲେ ଯେ ଦୀର୍ଘ ବର୍ଷର କାର୍ଯ୍ୟକ୍ରମର ସଫଳ ରୂପ ନେଇପାରିଛି ରେଡ଼୍ ଟକ୍ଆପ୍ ଏହା କେବଳ ମହିଳା କିମ୍ବା ଭିନ୍ନକ୍ଷମ ନୁହଁନ୍ତି, ପୁରୁଷମାନେ ମଧ୍ୟ ଏହି ଆପ୍ ବ୍ୟବହାର କରି ଅନେକ ତଥ୍ୟ ସୂଚନା ଜାଣିପାରିବେ । ୱାଟର ଏଡ଼୍ ବିକାଶ ପତି, ଅନୁରାଧା ମୂରଲୀଧର, ଅକ୍ସଫାମ୍ ରୁକ୍ମିଣୀ ପଣ୍ଡା, ୟୁଏନ୍ଏଫ୍ପିଏର ଅଦିତି ପଣ୍ଡା, ମୁମ୍ବାଇ ହେଲେନ କେଲେର ଅନୁଷ୍ଠାନର ଅନୁରାଧା ବାଗଚୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା, ଶୈକ୍ଷିକ ଅନୁଷ୍ଠାନ ଭିନ୍ନକ୍ଷମ ମହିଳା ଏବଂ ବ୍ୟକ୍ତିବିଶେଷ ପ୍ରମୁଖ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଏହି ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ରେଡ଼୍ ଟକ୍ଆପ୍ ଉନ୍ମୋଚନ ସମାରୋହରେ ଅଂଶଗ୍ରହଣ କରିଥିଲେ ଏମାନଙ୍କ ସହି ଭିନ୍ନକ୍ଷମ ତଥା ରାଜ୍ୟ ଏବଂ ରାଜ୍ୟ ବାହାରର କିଶୋରୀବାଳିକା ମାନେ ଅଂଶଗ୍ରହଣ କରିଥିଲେ । ଆଇନାର ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ନେହ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଊକ୍ତ ଭର୍ଚୁଆଲ ସମାରୋହରେ ଆଇନାର ବିଜେତା ଏବଂ ଅନୁପମା ରେଡ଼୍ ଟକ ଆପ୍ କିପରି ଡାଉନଲୋଡ଼୍ କରାଯିବ, ଏହାର ବିବିଧ ବିଷୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଆଣ୍ଡ୍ରଏଡ଼୍ ଫୋନ୍ ବ୍ୟବହାରକାରୀ ଏହି ଆପ୍କୁ ପ୍ଲେ ଷ୍ଟୋର୍ରୁ ଡାଉନଲୋଡ଼୍ କରିପାରିବେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସକାଶେ ଅଳକା ଯୋଶୀ ଏବଂ ପ୍ରମୋଦ ମହାପାତ୍ର ଅଂଶଗ୍ରହଣକରୀମାନଙ୍କ ବକ୍ତବ୍ୟକୁ ସାଂକେତିକ ଭାଷାରେ ଉପସ୍ଥାପନ କରିଥିଲେ

ବସନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ଆଇନାର କାର୍ଯ୍ୟକ୍ରମ ଅଧିକାରୀ ଦିଲ୍ଳୀପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ

06/10/2020

Leave a Reply

Your email address will not be published. Required fields are marked *

Comments