Bikash Khabar
ନିର୍ବାଚନ ଇତିହାସରେ ପ୍ରଥମ, ଭୋଟ ଦେଲେ ୧୫୬ ମାନସିକ ରୋଗୀ

ଭାରତୀୟ ନିର୍ବାଚନ ଇତିହାସରେ ଘଟିଛି ଏକ ନୁଆ ଘଟଣା । ଏପ୍ରିଲ ୧୮ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ତାମିଲନାଡ଼ୁରେ ଘଟିଛି ଏଭଳି ଘଟଣା । ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହସପିଟାଲର ୧୫୬ ଜଣ ଅନ୍ତେବାସୀ ପ୍ରଥମ ଥର ପାଇଁ ନିଜ ଡ଼ାକ୍ତରଖାନା ପରସରରେ ଭୋଟ ଦେଇଥିଲେ । ଏଥିପାଇଁ ଡ଼ାକ୍ତରଖାନା ପରିସରରେ ହୋଇଥିଲା ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର । ଭୋଟ ଦେବା ପାଇଁ ଯେଭଳି କିଛି ସମସ୍ୟା ହେବ ନାହିଁ ତାକୁ ଦୃଷ୍ଟିରେ ରଖି ପୂର୍ବରୁ ସେମାନଙ୍କୁ ଅଭ୍ୟାସ କରାଯାଇଥିଲା ।

ଡ଼ାକ୍ତରଖାନାର ନିର୍ଦ୍ଦେଶକ ପି ପୂର୍ଣ୍ଣ ଚନ୍ଦ୍ରିକାଙ୍କ ମତରେ ଏଭଳି ରୋଗୀମାନେ ଭୋଟ ଦେବା ଏହା ପ୍ରଥମ ଘଟଣା । ଯେଉଁମାନେ ମାନସିକ ରୋଗରୁ  ଆରୋଗ୍ୟ ଲାଭ କରିଛନ୍ତି ବା ଚିକିତ୍ସାଧିନ ଅଛନ୍ତି ଏବଂ ଯାହାଙ୍କର ନିଷ୍ପତ୍ତି ଗ୍ରହଣ କରିବାର ସାମର୍ଥ୍ୟ ରହିଛି ସେମାନଙ୍କୁ ସାମର୍ଥ୍ୟ ପ୍ରମାଣ ପତ୍ର ଦିଆଯାଇଥିଲା ।

20/04/2019

Leave a Reply

Your email address will not be published. Required fields are marked *

Comments