Bikash Khabar
ଆଶାର କିରଣ ଆଣିଛି ‘ମିଲାପ୍’ କ୍ରାଉଡ଼ ଫଣ୍ଡିଂ, ପାଣ୍ଠି ଯୋଗାଡ଼ରେ ସାଜିଛି ସଶକ୍ତ ମାଧ୍ୟମ

ଉତ୍କଳ ସଂଗୀତ ମହାବିଦ୍ୟାଳୟର ସୀତାର ବିଭାଗର ଅଧ୍ୟାପକ ଭୀମସେନ ମହାରଣାଙ୍କ ଛଅ ମାସର ଝିଅ ଶୁଭଶ୍ରୀର ହୃଦରୋଗ ତାଙ୍କ ଚିନ୍ତା ବଢାଇ ଦେଇଥିଲା । ଏଥିପାଇଁ ଅସ୍ତ୍ରୋପଚାର ନିମନ୍ତେ ତିନିଲକ୍ଷ ଟଙ୍କା ଆବଶ୍ୟକ ଥିଲା । ମହାରଣାଙ୍କ ପାଇଁ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟ ସାଧ୍ୟ ହୋଇଥିଲା । ସେତେବେଳେ ସେ ନିଜର ଜଣେ ଛାତ୍ରଙ୍କ ଠାରୁ ଅନଲାଇନ କ୍ରାଉଡ଼ ଫଣ୍ଡିଂ ବାବଦରେ ଶୁଣିଲେ । ‘ମିଲାପ’ ନାମକ ଏକ ପ୍ଲାଟଫର୍ମ ଏଭଳି ଅସହାୟଙ୍କ ପାଇଁ ଆଶାର କିରଣ ସାଜିଥିବା ଶୁଣିଲେ । ମିଲାପ ଜରିଆରେ ପାଣ୍ଠି ଯୋଗାଡ଼ ଆରମ୍ଭ କଲେ । ମାସେ ଭିତରେ ୧୦୦ରୁ ଅଧିକ ଦାତାଙ୍କ ଜରିଆରେ ଟଙ୍କା ଯୋଗାଡ଼ ହୋଇଥିଲା । ସେ ଟଙ୍କାରେ ବେଙ୍ଗାଲୁରରେ ଝିଅର ଚିକିତ୍ସା ହେଲା । ଝିଅ ଏବେ ସୁସ୍ଥ ।

ଅନଲାଇନ କ୍ରାଉଡ଼ ଫଣ୍ଡିଂ ଏମିତି ଭାବେ ପହଂଚୁଛି ଦୁଃସ୍ଥ ଲୋକଙ୍କ ପାଖରେ । ମିଲାପ ଜରିଆରେ ଲୋକେ ନିଜ ସଙ୍କଟକୁ ଟାଳି ପାରିଛନ୍ତି । ଏ ପର୍ଯ୍ୟନ୍ତ ମିଲାପ ୫୧୭ କୋଟି ଟଙ୍କା ଯୋଗାଡ଼ରେ ସାହାର୍ଯ୍ୟ କରିଛି । ୧୪ ଲକ୍ଷ ଦାତା ଏଥିରେ ଯୋଡ଼ି ହୋଇ କରିଛନ୍ତି ସହାୟତା । ୧.୫ ଲକ୍ଷ ହିତାଧିକାରୀ ଏହି ପ୍ଲାଟଫର୍ମ ଜରିଆରେ ଅର୍ଥ ସହାୟତା ପାଇଛନ୍ତି । ଓଡ଼ିଶାରେ ମିଲାପ ଜରିଆରେ ୨.୨ କୋଟି ଟଙ୍କା ଯୋଗାଡ଼ ହୋଇଛି । ଆମେରିକା, ୟୁକେ ଭଳି ବିଦେଶରୁ ଆର୍ଥିକ ସହାୟତା ଉପଲବ୍ଧ ହେଉଛି ।

12/03/2019

Leave a Reply

Your email address will not be published. Required fields are marked *

Comments