Bikash Khabar
ଶୀତଳ ମୃତ୍ୟୁର ପନଝାରେ ମୋ ସାଇକେଲ ଯୋଜନା

ବହୁ ପ୍ରଚାରିତ ପବ୍ଲିକ ସାଇକେଲ ସେୟାରିଂ ବ୍ୟବସ୍ଥା ‘ମୋ ସାଇକେଲ’ ଏବେ ଆଉ ରାଜଧାନୀର ରାସ୍ତା ଉପରେ ଗଡ଼ୁଥିବା ନେଇ ଦେଖିବାକୁ ମିଳୁନି । ରାଜଧାନୀର ରାସ୍ତା ଗୁଡ଼ିକ ସାଇକେଲ ଗଡ଼ିବା ପାଇଁ ଅନୁକୁଳ ହୋଇପାରୁନଥିବାରୁ ସାଇକେଲ ଚାଳକଙ୍କ ଆଗ୍ରହର ମୋହ ଭାଙ୍ଗିଯାଇଛି ।

ଡ଼ିସେମ୍ବର ୨୦୧୮ରେ ମୋଟ ୩୭ ହଜାର ୮ ଜଣ ମୋ ସାଇକେଲ ବ୍ୟବସ୍ଥାରେ ସାଇକେଲ ଚଳାଉଥିବାବେଳେ ଏବେ ଏହି ସଂଖ୍ୟା ୬୨୧୬କୁ ଖସିଆସିଛି । ମୋ ସାଇକେଲ ଯୋଜନା ଆରମ୍ଭ ହେବାର ଗୋଟିଏ ମାସ ପରେ ସାଇକେଲ ବ୍ୟବହାରକାରୀଙ୍କ ସଂଖ୍ୟା କମି କମି ଆସିଥିବା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସ୍ୱିକାର କରାଯାଇଛି । ଡ଼ିସେମ୍ବର ୨୦୧୮ରେ ୩୭ ହଜାର ବ୍ୟବହାରକାରୀ ସାଇକେଲ ଚଳାଉଥିବାବେଳେ ଜାନୁଆରୀ ୨୦୧୯ ସୁଦ୍ଧା ଏହି ସଂଖ୍ୟା ୧୪୭୯୫, ଫେବୃଆରୀ ୨୦୧୯ରେ ଏହି ସଂଖ୍ୟା ୭୧୫୮ ଏବଂ ମାର୍ଚ୍ଚ ୨୦୧୯ରେ ୬୨୧୬କୁ ଖସି ଆସିଛି ।

20/04/2019

Leave a Reply

Your email address will not be published. Required fields are marked *

Comments