Bikash Khabar
ସ୍କ୍ରାପ୍‌ ସିଟି ବସ୍‌ରୁ ମହିଳାମାନଙ୍କ ପାଇଁ ମୋବାଇଲ୍‌ ଟଏଲେଟ୍‌

ପୁଣେର ଦୁଇଜଣ ଉଦ୍ୟୋଗୀ ମିଳିତ ଭାବେ ଏକ ଅଭିନବ ଉଦ୍ଭାବନ କରିଛନ୍ତି। ସ୍କ୍ରାପ୍ବା ରଦ୍ଦିମାଲ ଭାବେ ବିକ୍ରି ହେବାକୁ ଥିବା ଭଙ୍ଗା ଦଦରା ସିଟି ବସ୍ସବୁକୁ କିଣିନେଇ ଏବେ ସେଥିରେ ସେମାନେ ତିଆରି କରିଛନ୍ତି ମହିଳାମାନଙ୍କ ପାଇଁ ଟଏଲେଟ୍ବା ଶୌଚାଳୟ। ଏହି ଶୌଚାଳୟ ସବୁ ପୁଣି ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଥାଇ ନିର୍ମିତ ହେବା ସହ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି।ଚକ ଉପରେ ଶୌଚାଳୟ (ଟଏଲେଟ୍ଅନ୍ହୁଇଲ) ନାମରେ ପରିଚିତ ଏହି ଶୌଚାଳୟର ନାମ ରହିଛି ସ୍ୱଚ୍ଛତାଗୃହ ଦୁଇ ଯୁବ ଉଦ୍ୟୋଗୀ ଉଲକା ସାଦାଲକର ଏବଂ ରାଜୀବ ଖାରଙ୍କ ଉଦ୍ୟମରେ ପ୍ରସ୍ତୁତ ଏହି ଅଭିନବ ଶୌଚାଳୟରେ ମହିଳାମାନଙ୍କ ପାଇଁ ସ୍ତନ୍ୟପାନ କରାଇବା କୋଠରି, ଏକ ଡାଏପର ପରିବର୍ତ୍ତନ ଷ୍ଟେସନ, ଅନ୍ୟ ପଟେ ଏକ ଛୋଟ କ୍ୟାଣ୍ଟିନ ଏବଂ ଅସୁବିଧା ହେଲେ ସାହାଯ୍ୟ ପାଇଁ ଜରୁରୀକାଳୀନ ପରିସ୍ଥିତ ବଟନ୍ଆଦି ସମସ୍ତ ସୁବିଧା ଉପଲବ୍ଧ ରହିଛି। ମାତ୍ର ଟଙ୍କା ଦେୟରେ ଯେ କୌଣସି ମହିଳା ମୋବାଇଲ୍ଟଏଲେଟ୍ ସେବା ପାଇପାରିବେ ଏହି ମୋବାଇଲ୍ଟଏଲେଟରେ ସାନିଟାରି ପ୍ୟାଡ୍ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାନିଟାରି ଉତ୍ପାଦ ମଧ୍ୟ ଉପଲବ୍ଧ ହେବ।ପୁଣେର ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ମହିଳାମାନଙ୍କୁ ଶୌଚାଳୟ ସେବା ଯୋଗାଇବ ଏହି ମୋବାଇଲ ଟଏଲେଟ୍ ପୁଣେରେ ଏହି ମୋବାଇଲ ଟଏଲେଟକୁ ସଫଳତା ମିଳିବା ପରେ ଏବେ ଏହାକୁ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଥିବା ବଡ଼ ବଡ଼ ମହାନଗରରେ କାର୍ଯ୍ୟକାରୀ କରାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ଏହି ଦୁଇ ଯୁବ ଉଦ୍ୟୋଗୀ।

 

22/09/2020

Leave a Reply

Your email address will not be published. Required fields are marked *

Comments