Bikash Khabar
ଦେଖାଇଥିଲେ ଗୋଲାପୀ ଚିତ୍ର, ପଛୁଆ ଜିଲ୍ଲାର ମଡ଼େଲ ସ୍କୁଲ ପଛରେ

କେନ୍ଦ୍ରୀୟ ବିଦ୍ୟାଳୟ ଢାଂଚାରେ ସ୍କୁଲ ହେବ । ଇଂରାଜୀ ମାଧ୍ୟମରେ ଦିଆଯିବ ଶିକ୍ଷା । ପାଠପଢା, ଖେଳକୁଦ ଠାରୁ କମ୍ପ୍ୟୁଟର ଶିକ୍ଷା ଯାଏ ସବୁଥିରେ ପିଲା ହେବେ ଦକ୍ଷ । ଏମିତି ଗୋଲାପୀ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର । ୨୦୧୬ରେ ପଛୁଆ ଜିଲ୍ଲା ଗୁଡ଼ିକରେ ଖୋଲିଥିଲା ଆଦର୍ଶ ବିଦ୍ୟାଳୟ । ଷଷ୍ଠ ଶ୍ରେଣୀରୁ ଯୁକ୍ତ ୨ ଯାଏ ମାଗଣା ଶିକ୍ଷା ସହ ୟୁନିଫର୍ମ, ବହିପତ୍ର ସାଇକେଲ, ହଷ୍ଟେଲ ଦେବାର ଘୋଷଣା ମଧ୍ୟ ହୋଇଥିଲା । ତିନିବର୍ଷ ପରେ ଏବେ ସ୍ଥିତି ପରଖିଲେ ଦୁଃଖ ଲାଗୁଛି । କେଉଁଠି ସ୍କୁଲର ନିଜସ୍ୱ କୋଠା ନାହିଁ ତ କେଉଁଠି ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ଖୋଲିଥିବା ଏପରି ମୋଟ ୧୯୦ ସ୍କୁଲ ମଧ୍ୟରୁ ୧୫୬ରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ୩୫ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି । ୬୦ଟି ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି । ୧୦୦ ସଂଗୀତ ଶିକ୍ଷକ ପଦ ଖାଲି । କେମିଷ୍ଟ୍ରିରେ ୮୮ଟି, ଗଣିତରେ ୫୭,ଫିଜିକ୍ସରେ ୮୦ ପଦ ଖାଲି ଅଛି । ସବୁ ପିଲାଙ୍କୁ ହଷ୍ଟେଲ ସୁବିଧା ମିଳିନି । ଯାତାୟତ ଖର୍ଚ୍ଚର ସୁବିଧା କରିବେ ବୋଲି କଥା ଦେଇ ସରକାର ଓହରି ଯାଇଥିବା ଜଣାପଡ଼ିଛି ।

18/03/2019

Leave a Reply

Your email address will not be published. Required fields are marked *

Comments