Bikash Khabar
ବୃକ୍ଷରେ ମୋଦି ଙ୍କ ପ୍ରତିଛବି; ଯୁବ ଚିତ୍ରକରଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ପ୍ରଶଂସା ସାଉଁଟିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା। ଏଭଳି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ତଥା ସଚେତନତାର ବାର୍ତା ପାଇଁ ସେ ପ୍ରୟାସ କରିଛନ୍ତି। ଏହି ଅଭିନବ ପ୍ରଚେଷ୍ଟା ପାଇଁ ସମରେନ୍ଦ୍ରଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଜନଜାତି ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ ଜଣେ ଜନନାୟକଙ୍କ ବୃହତ ଦୃଷ୍ଟିକୋଣ ନାଗରିକ ମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ୱରେ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ପରିଚିତ କରାଇଛି ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରାଯିବା ଆନନ୍ଦର ବିଷୟବୋଲି ସେ ପ୍ରକାଶ କରିଛନ୍ତି

13/12/2020

Leave a Reply

Your email address will not be published. Required fields are marked *

Comments