Bikash Khabar
ମୋଦି ଙ୍କ ପ୍ରଭାବୀ ପ୍ରଶାସକ,ଚମକିଲେ ୩ ଓଡ଼ିଆ ଅଧିକାରୀ

ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ, ସବୁ କ୍ଷେତ୍ରରେ ଓଡ଼ିଆଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ବିଶେଷକରି ମୋଦୀ ସରକାର କ୍ଷମତାକୁ ଆସିବା ପରେ ଜଣେ ପରେ ଜଣେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ନିଯୁକ୍ତି ମିଳୁଥିବା ଦେଖିବାକୁ ମିଳୁଛି। ଏହି ଧାରା ଏବେ ବି ବଜାୟ ରହିଥିବାବେଳେ ଦେଶର ପ୍ରଭାବଶାଳୀ ଅଫିସର ତାଲିକାରେ ଓଡ଼ିଆଙ୍କ ଚମକଦେଖିବାକୁ ମିଳିଛି।  ଇଣ୍ଡିଆ ଟୁଡେପକ୍ଷରୁ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବାକୁ ଥିବା ପାୱାର ଲିଷ୍ଟ ଶୀର୍ଷକ ସ୍ବତନ୍ତ୍ର ସଂଖ୍ୟାରେ ଏଭଳି ଏକ ତାଲିକା ପ୍ରକାଶ ପାଇଛି ଯାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିବ। ତେବେ ଶ୍ରେଷ୍ଠ ୧୦ ରାଜନେତା ତାଲିକାରେ କୌଣସି ଓଡ଼ିଆ ଥିବା ଜଣାପଡ଼ିଛି।ଦେଶର ହାଇ ଆଣ୍ଡ ମାଇଟିବା କ୍ଷମତାଶାଳୀ ପ୍ରଭାବଶାଳୀ ୧୦ ପ୍ରଶାସକଙ୍କ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଜେନେରାଲ ବିପିନ ରାଉତ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପି କେ ସିହ୍ନା, କ୍ୟାବିନେଟ୍ ସଚିବ ରାଜୀବ ଗୌବା ଭଳି ପ୍ରଶାସକଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ସମ୍ବଲପୁରରେ ଜନ୍ମିତ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର।ଏହି ତାଲିକାରେ ଅଜିତ ଡୋଭାଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଅନ୍ୟ ଜଣେ ଓଡ଼ିଆ ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାମିଲନାଡୁ କ୍ୟାଡରର ଏହି ୬୩ ବର୍ଷୀୟ ଅବସରପ୍ରାପ୍ତ ଆଇଏଏସ୍ଅଧିକାରୀ ଶ୍ରୀ ଦାସଙ୍କର ଶାସନ କଳ ଚଳାଇବାରେ ବ୍ୟାପକ ଅଭିଜ୍ଞତା ରହିଛି। ପତ୍ରିକା ତାଙ୍କୁ ଫାୟାର୍ଫାଇଟର୍ ଆଖ୍ୟା ଦେଇଛି। କେନ୍ଦ୍ର ସରକାରରେ ସେ ପୂର୍ବରୁ ସାର, ରାଜସ୍ବ ଏବଂ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ ସଚିବ ଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିବାଦୀୟ ବିମୁଦ୍ରାକରଣ ଘୋଷଣା କରି ଏବଂ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ କରିଥିଲେ। ଏବେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ଥିବା ଶ୍ରୀ ଦାସଙ୍କୁ ତୃତୀୟ ସ୍ଥାନରେ ରଖାଯିବାର କାରଣ ସଂପର୍କରେ ଇଣ୍ଡିଆ ଟୁଡେ କହିଛି ଯେ ସେ ଅର୍ଥନୀତିକୁ ପୂର୍ବ ଗୁଳାକୁ ଫେରାଇ ଆଣିବା ଦିଗରେ ସେ କାର୍ଯ୍ୟ କରୁଛନ୍ତି। ଗତ ମାର୍ଚ୍ଚମାସରୁ ପର୍ଯ୍ୟନ୍ତ ଲକ୍ଷ କୋଟି ଟଙ୍କାର ସୁଧାର ପ୍ୟାକେଜ୍ଦେଇଛନ୍ତି। ତାଲିକାର ଚତୁର୍ଥ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପି କେ ସିହ୍ନା, ପଞ୍ଚମ ସ୍ଥାନରେ ସିଡିଏସ୍ଜେନେରାଲ ବିପିନ ରାୱତ, ଷଷ୍ଠ ସ୍ଥାନରେ କ୍ୟାବିନେଟ୍ ସଚିବ ରାଜୀବ ଗୌବା ଥିବାବେଳେ ସପ୍ତମ ସ୍ଥାନରେ ଓଡ଼ିଶାର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ରଖାଯାଇଛି। ଇଣ୍ଡିଆ ଟୁଡେ ତାଙ୍କୁ ହକ୍ଆଇଆଖ୍ୟା ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ବିଶ୍ବସ୍ତ ଅଧିକାରୀ ଭାବେ ପରିଚିତ ଶ୍ରୀ ମୁର୍ମୁ ଏବେ ଭାରତ ସରକାରଙ୍କ ମହାଲେଖା ନିୟନ୍ତ୍ରକ ମହାସମୀକ୍ଷକ (ସିଏଜି) ଭାବେ କାର୍ଯ୍ୟ କରୁଛନ୍ତି ଏହା ପୂର୍ବରୁସେ ନଗଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଥିଲେ।

19/10/2020

Leave a Reply

Your email address will not be published. Required fields are marked *

Comments