Bikash Khabar
ମ୍ୟୁଚୁଆଲ ଫଣ୍ଡ : ଓଡ଼ିଶାରେ ମୁଣ୍ଡପିଛା ନିବେଶ ୫,୬୬୦ ଟଙ୍କା, ଶୀର୍ଷରେ ମହାରାଷ୍ଟ୍ର, ଦିଲ୍ଲୀ

ମ୍ୟୁଚୁଆଲ୍ ଫଣ୍ଡ୍ସ୍କିମ୍ରେ ନିବେଶ ସାରା ଦେଶରେ ଲୋକପ୍ରିୟ ହେଉଥିବା ବେଳେ ଓଡ଼ିଶା ଏଥିରେ ବହୁ ପଛରେ ରହିଛି। ଓଡ଼ିଶାର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ନିବେଶ ମାତ୍ର ୫୬୬୦ ଟଙ୍କା ରହିଛି। ଭାରତୀୟ ମ୍ୟଚୁଆଲ୍ ଫଣ୍ଡ୍ସଂଘ (ଆମ୍ଫି) ଅକ୍ଟୋବର ତଥ୍ୟରୁ ଏହା ଜଣାପଡ଼ିଛି। ଅକ୍ଟୋବର ସୁଦ୍ଧା ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ପ୍ରତି ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପର ଅବଦାନ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍ସଂସ୍ଥାର ୪୩ଟି ଶାଖା ରହିଛି। ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ନିବେଶକୁ ଆମ୍ଫି ପାଞ୍ଚଟି ବର୍ଗରେ ଭାଗ ରହିଛି। ୬୧,୪୮୦ ଟଙ୍କାରୁ ,୨୦,୮୧୦ ଟଙ୍କା ହେଉଛି ଶ୍ରେଷ୍ଠ ବର୍ଗ ଯେଉଁଥିରେ ମାତ୍ର ତିନିଟି ରାଜ୍ୟ ଦିଲ୍ଲୀ, ଗୋଆ ମହାରାଷ୍ଟ୍ର ରହିଛନ୍ତି। ମହାରାଷ୍ଟ୍ରର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ନିବେଶ ,୦୧,୫୯୦ ଟଙ୍କା ରହିଛି। ଦିଲ୍ଲୀରେ ସେହି ରାଶି ,୨୦,୮୧୦ ଟଙ୍କା ରହିଛି। ଦ୍ବିତୀୟ ବର୍ଗରେ ୪୨,୨୦୦ ଟଙ୍କାରୁ ୬୧,୪୮୦ ଟଙ୍କାର ମୁଣ୍ଡପିଛା ନିବେଶ ଥିବା ରାଜ୍ୟଗୁଡ଼ିକୁ ରଖାଯାଇଛି। ସେଥିରେ କେବଳ ହରିୟାଣା ନାମ ରହିଛି ଯାହାର ମୁଣ୍ଡପିଛା ମ୍ୟଚୁଆଲ୍ ଫଣ୍ଡ୍ ନିବେଶ ହେଉଛି ୪୨,୨୦୦ ଟଙ୍କା। ୧୭,୩୯୦ ଟଙ୍କାରୁ ୪୨,୨୦୦ ଟଙ୍କା ହେଉଛି ତୃତୀୟ ବର୍ଗ। ଏହି ବର୍ଗରେ କର୍ଣ୍ଣାଟକ, ତାମିଲନାଡୁ ଗୁଜରାଟ ନାମ ରହିଛି। ଚତୁର୍ଥ ବର୍ଗଟି ହେଉଛି ୬୭୭୦ ଟଙ୍କାରୁ ୧୭,୩୯୦ ଟଙ୍କା। ଏହି ବର୍ଗରେ ପଞ୍ଜାବ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକିମ୍, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା କେରଳ ନାମ ରହିଛି।ପଞ୍ଚମ ତଥା ଶେଷ ବର୍ଗଟି ହେଉଛି ୬୭୭୦ ଟଙ୍କାରୁ କମ୍ ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ନିବେଶ ଥିବା ରାଜ୍ୟ। ଦେଶର ଅନ୍ୟ ସବୁ ବଳକା ରାଜ୍ୟଗୁଡ଼ିକ ଏହି ବର୍ଗରେ ରହିଛନ୍ତି। ଓଡ଼ିଶାର ନାମ ଏହି ଶେଷ ବର୍ଗରେ ରହିଛି ବୋଲି ଆମ୍ଫି ରିପୋର୍ଟରୁ ଜଣାପଡ଼ିଛି।

24/11/2020

Leave a Reply

Your email address will not be published. Required fields are marked *

Comments