Bikash Khabar
ଆରମ୍ଭ ହେବ ମୋ ଭୋଟ ବିକ୍ରି ପାଇଁ ନୁହେଁ ଅଭିଯାନ

ଓଡ଼ିଶା ଇଲେକ୍ସନ ୱାଚ ପକ୍ଷରୁ ମୋ ଭୋଟ, ମୋ ଦେଶ : ମୋ ଭୋଟ ବିକ୍ରି ପାଇଁ ନୁହେଁ ଅଭିଯାନ ଆରମ୍ଭ ହେବ । ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମ ଓ ସହରରେ ଏହି ଅଭିଯାନ ଖୁବ ଶିଘ୍ର ଚାଲିବ ବୋଲି ଏହାର ସଂଯୋଜକ ରଞ୍ଜନ ମହାନ୍ତି କହିଛନ୍ତି ।
ଏହି ଅଭିଯାନରେ ଅଡ଼ିଓ ଭିଜୁଆଲ, ମୋବାଇଲି ଭ୍ୟାନ, ପଥପ୍ରାନ୍ତ ନାଟକ ଓ କର୍ମଶାଳା ମାନ ଆୟୋଜନ କରାଯିବ । ହମ୍ ବଦଲଙ୍ଗେ ଅପନା ଭାରତ ନାଁରେ ଆଉ ଏକ ଅଭିଯାନ କରାଯିବ । ଏଥିରେ ଯୁବାବର୍ଗ ଓ କଲେଜ ପଢୁଆ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ ବୋଲି ଓଡ଼ିଶା ଇଲେକ୍ସନ ୱାଚ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୨୭ ପ୍ରତିଶତ ବିଧାୟକଙ୍କ ନାଁରେ ସଂଗୀନ ଫୌଜଦାରୀ ମାମଲା ରହିଛି । ଜାତୀୟ ହାର ଠାରୁ ଏହା ଅଧିକା । ଅପହରଣ, ଅସଦାଚରଣ, ମହିଳା ବିରୋଧୀ ହିଂସା ଆଦି ସଂଗୀନ ମାମଲା ଅଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିମାନେ ଅସାଧୁ ଉପାୟରେ ଭୋଟ ହାସଲ କରୁଥିବାର ନଜିର ରହିଛି । ଏଣୁ ବ୍ୟାପକ ସଚେତନତା ହିଁ ଏହାର ସମାଧାନ ବୋଲି ଓଇ ଡ଼ବ୍ଲୁ କହିଛି । 
 

08/09/2018

Leave a Reply

Your email address will not be published. Required fields are marked *

Comments