Bikash Khabar
ସ୍ୱଚ୍ଛତା ର‌୍ୟାଙ୍କିଙ୍ଗରେ ଦିଲ୍ଲୀ ପୁଣି ଶୀର୍ଷରେ

କେନ୍ଦ୍ରସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ସ୍ୱଚ୍ଛତା ର‌୍ୟାଙ୍କିଙ୍ଗରେ ନୂଆଦିଲ୍ଲୀ ନଗର ପାଳିକା ପରିଷଦ (ଏନଡ଼ିଏମସି ) ଏବଂ ଦିଲ୍ଲୀକେଣ୍ଟ ବାଜି ମାରି ନେଇଛି । ଛୋଟ ସହର ଶ୍ରେଣୀରେ ନୁଆଦିଲ୍ଲୀ ନଗରପାଳିକା ପରିଷଦ ପୁଣି ଥରେ ପ୍ରଥମ ସ୍ଥାନ ପାଇଁ ମନୋନୀତ ହୋଇଛି ।

ବିଜ୍ଞାନ ଭବନରେ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ନରେଶ କୁମାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ୱଚ୍ଛ ସହର ସମ୍ମାନ ଗ୍ରହଣ କରିଛନ୍ତି । କିଛି ବର୍ଷ ଧରି ଲଗାତର ପ୍ରୟାସ କରୁଥିବା ଉତ୍ତର-ଦକ୍ଷିଣ ନିଗମ ଚଳିତ ଥର ର‌୍ୟାଙ୍କରେ ପଛରେ ପଡ଼ିଛନ୍ତି । ସ୍ୱଚ୍ଛତା ସର୍ବେକ୍ଷଣ ୨୦୧୯ରେ ୧ରୁ ୩ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଶ୍ରେଣୀରେ ଏନଡ଼ିଏମସି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ଶ୍ରେଣୀର ଶୀର୍ଷରେ ମଧ୍ୟ ଏନଡ଼ିଏମସି ଗତ ବର୍ଷ ଥିଲା ।
ସ୍ୱଚ୍ଛତା ସର୍ବେକ୍ଷଣରେ ସାରା ଦେଶର ୫ମ ସ୍ଥାନରେ ରହିଛି ଦିଲ୍ଲୀ ।

07/03/2019

Leave a Reply

Your email address will not be published. Required fields are marked *

Comments