Bikash Khabar
କାଲିଠୁ ନବରଙ୍ଗପୁର ଜିଲ୍ଲା ସଟଡାଉନ

 ରାଜ୍ୟରେ କରୋନା ମହାମାରୀ ସୃଷ୍ଟି କରିଛି ଆତଙ୍କ ବିଗତ  ତିନିମାସ ତଳେ  କାଁ ଭାଁ ଜଣେ ଦୁଇ ଜଣ ଲୋକ ଏଥିରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା' ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ଏହାକୁ ଦୃଷ୍ଟିରେ ରଖି କେଉଁଠି ସଟଡାଉନ କେଉଁଠି ଲକଡାଉନ କରାଯାଉଛି ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାକୁ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ର ଯାଏଁ ସଟଡାଉନ ଘୋଷଣା କରାଯାଇଛି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ତେବେ  ସକାଳ ୬ରୁ ଦିନ ୧ଟା ମଧ୍ୟରେ କେବଳ କ୍ଷୀର, ପରିବା ଗ୍ରୋସେରୀ ଦୋକାନ ଖୋଲା ରହିବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛନ୍ତି 

20/07/2020

Leave a Reply

Your email address will not be published. Required fields are marked *

Comments