Bikash Khabar
ରାଜ୍ୟରେ ଖୋଲିଲା ୧୦୦ ଉଜ୍ଜ୍ୱଳା ସାନିଟାରୀ ନାପକିନ୍ ୟୁନିଟ୍, ଉପକୃତ ହେବେ ୨.୨୫ କୋଟି ମହିଳା

ରାଜ୍ୟରେ ୧୦୦ ଉଜ୍ଜ୍ୱଳା ସାନିଟାରୀ ନାପକିନ୍ ତିଆରି କେନ୍ଦ୍ରକୁ ରେଳ ପ୍ରେକ୍ଷାଳୟରେ କେନ୍ଦ୍ର ପେଟ୍ରୋଲିୟମ ତଥା ଉଦ୍ୟମିତା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟିତ କରିଛନ୍ତି । ପ୍ରତିଟି ୟୁନିଟରେ ୪-୫ ଜଣ ମହିଳାଙ୍କୁ ନିଯୁକ୍ତି ମିଳିବ ଓ ଅନ୍ୟ ୪-୫ ଜଣ ମହିଳା ବିକ୍ରି ଓ ବିତରଣ କାର୍ଯ୍ୟ କରି ଅତିରିକ୍ତ ରୋଜଗାର କରିପାରିବେ ବୋଲି ଏହାକୁ ଉଦଘାଟିତ କରି ମନ୍ତ୍ରୀ ପ୍ରଧାନ ସୂଚାଇଛନ୍ତି ।

ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଆଦି ତିନି ପ୍ରମୁଖ ତୈଳ କମ୍ପାନୀ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆଧାରରେ ଏଭଳି ପ୍ରକଳ୍ପ ଖୋଲିବା ଦିଗରେ ଆଗେଇ ଆସିଛନ୍ତି । ଏଥିରେ ୨.୯୪ କୋଟି ଟଙ୍କା ବିନିଯୋଗ କରାଯାଇଛି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୯୩ ବ୍ଲକରେ ଉଜ୍ଜ୍ୱଳା ସାନିଟାରୀ ନାପକିନ୍ ଉପଲବ୍ଧ ହେବ । ପ୍ରତି ୟୁନିଟ୍ ଦିନକୁ ୧୦୦୦ରୁ ୧୨୦୦ ନାପକିନ୍ ଉତ୍ପାଦିତ କରିବ । ସେଠାରେ ଥିବା ଷ୍ଟେରିଲାଇଜେସନ ରୁମରେ ପ୍ରତିଟି ପ୍ୟାଡ଼କୁ ଜୀବାଣୁମୁକ୍ତ କରାଯିବ । ପ୍ରତି ପ୍ୟାକେଟରେ ୮ଟି ପ୍ୟାଡ଼ ଭର୍ତ୍ତି କରି ତାହାକୁ ୪୨ ଟଙ୍କାରେ ବିକ୍ରୀ କରାଯିବ ।
ଉଦଘାଟନ ସମାରୋହରେ ନାଲକୋ ସିଏମଡ଼ି ତପନ କୁମାର ଚାନ୍ଦ, ଜନସେବା କେନ୍ଦ୍ରର ଓଡ଼ିଶା ମୁଖ୍ୟ ସ୍ୱର୍ଣ୍ଣ ପ୍ରଭାସିଂ, ଅଭିନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତି, ଅନୁଚୌଧୁରୀ, ପିଙ୍କି ପ୍ରଧାନ, ସ୍ତ୍ରୀରୋଗ ବିଶେଷଜ୍ଞ ସଂଯୁକ୍ତା ମହାପାତ୍ର, ଆଇଓସିଏଲର ସାଧାରଣ ପରିଚାଳକ ସଞ୍ଜୟ କୁମାର ଝା, ବିପିସିଏଲର ଓଡ଼ିଶା ଝାଡ଼ଖଣ୍ଡ ମୁଖ୍ୟ ସଞ୍ଜୟ ଶର୍ମା ଉପସ୍ଥିତ ଥିଲେ । 
 

31/12/2018

Leave a Reply

Your email address will not be published. Required fields are marked *

Comments