Bikash Khabar
ଉତ୍ତମ ମାନର ସେବା ପାଇଁ ଜାତୀୟ ରାଜପଥଗୁଡ଼ିକର ର‍୍ୟାଙ୍କିଙ୍ଗ୍‌ କରାଯିବ

କେନ୍ଦ୍ର ସଡକ ପରିବହନ ରାଜପଥ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦେଶରେ ଥିବା ରାଜପଥଗୁଡିକର ପ୍ରଦର୍ଶନ ଆକଳନ କରି ସେଗୁଡିକର ବର୍ଗ ନିର୍ଣ୍ଣୟ କରିବ ଯେଉଁ ରାଜପଥ ଯେତେ ଉନ୍ନତ ମାନର ସେବା ସୁବିଧା ପ୍ରଦାନ କରୁଥିବ ତଦନୁସାରେ ତାହାର ବର୍ଗ ବା ରାଙ୍କ ନିର୍ଦ୍ଧାରିତ ହେବ ଏହାଦ୍ୱାରା ସଡ଼କଗୁଡିକର ମାନ ବଢିବା ଘେନି ପ୍ରାଧିକରଣ ଆଶା ରଖିଛି ଆହୁରି ମଧ୍ୟ ସଡ଼କର ଉତ୍ତମ ମାନ ରକ୍ଷା ପାଇଁ ଆବଶ୍ୟକସ୍ଥଳେ ସଂଶୋଧନ ବ୍ୟବସ୍ଥା ଉନ୍ନୟନ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି ହେବ ବ୍ୟବହାରକାରୀଙ୍କୁ ସର୍ବଶ୍ରେଷ୍ଠ ସଡକ ବ୍ୟବସ୍ଥା ଯୋଗାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଭିନ୍ନ ଆନ୍ତର୍ଜାତିକ ବ୍ୟବସ୍ଥା ମାନକ ଆଦିକୁ ବିଚାରକୁ ନେଇ ତଦନୁସାରେ ଦେଶର ଜାତୀୟ ରାଜପଥଗୁଡିକର ବର୍ଗ ମାନ ଆଦିର ରାଙ୍କ ନିର୍ଦ୍ଧାରଣ କରାଯିବ ଏଥିପାଇଁ 3ଟି  ପ୍ରମୁଖ ବିଭାଗ କରାଯାଇଛି ସେଥିରେ ରାଜପଥର ଦକ୍ଷତା ପାଇଁ  ୪୫ ଶତାଂଶ, ନିରାପତ୍ତା ପାଇଁ ୩୫ ଶତାଂଶ ଏବଂ ବ୍ୟବହାକାରୀଙ୍କ ସେବା ପାଇଁ ୨୦ ଶତାଂଶ ନମ୍ବର ରଖାଯାଇଛି ଏହି 3ଟି କ୍ଷେତ୍ରରେ କେଉଁ ରାଜପଥର ପ୍ରଦର୍ଶନ ତାହାକୁ ହିସାବକୁ ନେଇ ବର୍ଗ ବା ରାଙ୍କ ନିର୍ଦ୍ଧାରଣ କରାଯିବ ଯେଉଁଠି ଏହି ବର୍ଗରେ ସର୍ବନିମ୍ନ ଅଭାବ ପରିଲକ୍ଷିତ ହେଉଥିବ ତାହାର ସଂଶୋଧନ ପାଇଁ ରାଜପଥ ପ୍ରାଧିକରଣ ହସ୍ତକ୍ଷେପ କରିବେ ଏବଂ ସଡକର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେବେ ଅତିରିକ୍ତଭାବେ ଏହି ବର୍ଗ ନିର୍ଦ୍ଧାରଣରେ ଅପରେଟିଂ ସ୍ପିଡ୍, ଆକ୍ସେସ କଣ୍ଟ୍ରୋଲ, ଟୋଲ ପ୍ଲାଜାଗୁଡିକରେ ଗାଡ଼ି ଅତିକ୍ରମ କରିବା ସମୟ, ରୋଡ଼ ସାଇନେଜ, ରୋଡ଼ ମାର୍କିଂ, ଦୁର୍ଘଟଣା ହାର, ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ବ୍ୟବସ୍ଥା, କ୍ରାସ ବ୍ୟାରିୟରସ, ଇଲୁମିନେସନ, ଆଗୁଆ ଟ୍ରାଫିକ ପରିଚାଳନା ବ୍ୟବସ୍ଥା, ପରିଚ୍ଛନ୍ନତା, ବୃକ୍ଷରୋପଣ, ରାସ୍ତାକଡ଼ ସୁବିଧା ଗ୍ରାହକଙ୍କ ସନ୍ତୋଷ ଆଦି ବିଷୟକୁ ମଧ୍ୟ ମାନ ନିର୍ଦ୍ଧାରଣରେ ବିଚାରକୁ ନିଆଯିବ

07/07/2020

Leave a Reply

Your email address will not be published. Required fields are marked *

Comments