Bikash Khabar
ଦେଶର ୭୫ ରେଳଷ୍ଟେସନରେ ଉଡ଼ିବ ୧୦୦ ଫୁଟ ଉଚ୍ଚତାର ଜାତୀୟ ପତାକା, ପୁରୀ, ଭୁବନେଶ୍ୱର ହେବ ସାମିଲ

ଏ ୱାନ ବର୍ଗର ରେଳଷ୍ଟେସନ ଭାବେ ଦେଶର ୭୫ଟି ରେଳଷ୍ଟେସନ ଚିହ୍ନଟ ହୋଇଛି । ଏ ସମସ୍ତ ବର୍ଗର ଷ୍ଟେସନ ପରିସରରେ ୧୦୦ ଫୁଟ ଉଚ୍ଚତାର ଜାତୀୟ ପତାକା ଲାଗିବ । ପୂର୍ବତଟ ରେଳପଥ ଅଧିନରେ ଭୁବନେଶ୍ୱର ଓ ପୁରୀ ରେଳଷ୍ଟେସନରେ ଏ ବ୍ୟବସ୍ଥା ରହିବ । ଡ଼ିସେମ୍ବର ଶେଷ ସୁଦ୍ଧା ଏ ବ୍ୟବସ୍ଥା କରାଯିବ । ଜାତୀୟ ପତାକା ଯେପରି ନିକଟବର୍ତ୍ତି ଅଂଚଳକୁ ସ୍ପଷ୍ଟ ଭାବେ ଦେଖାଯିବ ସେଥିପାଇଁ ଆବଶ୍ୟକୀୟ ଆଲୋକୀକରଣ କରାଯିବ । ଏହାର ସୁରକ୍ଷା ବ୍ୟବସ୍ଥା ରେଳ ସୁରକ୍ଷାବଳଙ୍କ ହାତରେ ରହିବ ।

ସୂଚନା ଯୋଗ୍ୟ ଯେ, ଭାରତୀୟ ରେଳପଥ ପକ୍ଷରୁ ୭୫ଟି ଚିହ୍ନଟ ରେଳଷ୍ଟେସନରେ ଜାତୀୟ ପତାକା ଲଗାଇବା ପାଇଁ ଅକ୍ଟୋବର ୨୨ରେ ସମସ୍ତ ଜୋନାଲ ରେଲୱେ କାର୍ଯ୍ୟାଳୟକୁ ଚିଠି କରାଯାଇଛି । 
 

14/11/2018

Leave a Reply

Your email address will not be published. Required fields are marked *

Comments