Bikash Khabar
ରାଜ୍ୟରେ ନୁଆ ଏଚଆଇଭିଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି

ଗତ ୭ ବର୍ଷରେ ରାଜ୍ୟରେ ନୂଆ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇଛି । ନାକୋ ପକ୍ଷରୁ ଜାରୀ ହୋଇଥିବା ବାର୍ଷିକ ରିପୋର୍ଟରେ ଏମିତି ଚିତ୍ର ମିଳିଛି । ରିପୋର୍ଟରେ କୁହାଯାଇଛି ଯେ ଗତବର୍ଷ ରାଜ୍ୟରେ ଯେତିକି ନୁଆ ଏଚଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏହାର ହାର ୨.୪୨ ପ୍ରତିଶତ । ରାଜ୍ୟରେ ଏବେ ମୋଟ ୪୧ ହଜାର ୩୫୭ ଜଣ ଏଚଆଇଭି ଆକ୍ରାନ୍ତ ଅଛନ୍ତି । ସେଥିରୁ ୧୭୮୪୩ ଜଣ ହେଉଛନ୍ତି ମହିଳା ।
୨୦୧୦ରୁ  ୨୦୧୭  ୭ ବର୍ଷ ମଧ୍ୟରେ ରାଜ୍ୟରେ ନୁଆ ଏଚଆଇଭି ଆକ୍ରାନ୍ତଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ହ୍ରାସ ପାଇଥିବା ନେଇ ଏହି ରିପୋର୍ଟରେ କୁହାଯାଇଛି । ହିମାଚଳ ପ୍ରଦେଶରେ ୬୨ ପ୍ରତିଶତ ହ୍ରାସ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୪୨ ପ୍ରତିଶତ, ପଞ୍ଜାବରେ ୩୫ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୩୪ ପ୍ରତିଶତ ହ୍ରାସ ଘଟିଛି । 
 

18/09/2018

Leave a Reply

Your email address will not be published. Required fields are marked *

Comments