Bikash Khabar
କ୍ୟାନ୍‌ସର ଚିକିତ୍ସାରେ ନୂଆ ଆଶା ,ଏମ୍‌ସ ଆରମ୍ଭ କରିବ ଅତ୍ୟାଧୁନିକ ବିକିରଣ ଜ୍ଞାନକୌଶଳ

କ୍ୟାନ୍ସର ଚିକିତ୍ସାରେ ଭୁବନେଶ୍ବର ଏମ୍ ଏକ ନୁଆଁ ଆଶା ଦେଖାଇଛି ବିକିରଣ ଜ୍ଞାନକୌଶଳ ପ୍ରୟୋଗ କରି ଏଣିକି କ୍ୟାନ୍ସର ପୀଡିତ ରୋଗୀଙ୍କ  ଚିକିତ୍ସା କରାଯିବ। ଫଳରେ କେବଳ କ୍ୟାନସର୍ସଂକ୍ରମିତ ଅଂଶରେ ବିକିରଣ ପଦ୍ଧତି ପ୍ରୟୋଗ ହୋଇପାରିବ ଅଣପ୍ରଭାବିତ ଅଂଶ ସୁରକ୍ଷିତ ରହିବ। ଭାରତୀୟ ଆଟମିକ୍ ଏନର୍ଜି ରେଗୁଲେଟୋରି ବୋର୍ଡ ଅନୁମୋଦନ ପାଇ ସାରିବା ପରେ ଭୁବନେଶ୍ବର ଏମ୍ ଏହି ନୂତନ ପଦ୍ଧତି ପ୍ରୟୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଛି ଭାରତର କେତୋଟି ହାତଗଣତି ହସ୍ପିଟାଲ ମଧ୍ୟରେ ସ୍ଥାନିତ ହେବାର ଗୌରବ ଅର୍ଜନ କରିଛି। ଭୁବନେଶ୍ବର ଏମ୍ସର ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ାଙ୍କ ସୂଚନାନୁସାରେ ରେଡିଏସନ୍ଟେକ୍ନୋଲୋଜିରେ ଏହି ନୂତନ ପଦ୍ଧତି ହେଉଛି ଷ୍ଟେରିଓଟାକ୍ଟିକ୍ରେଡିଓ ସର୍ଜରି, ରେଡିଓ ଥେରାପି, ଗାଟେଡ୍ରେଡିଓ ଥେରାପି ଷ୍ଟେରିଓଟାକ୍ଟିକ୍ ବଡି ରେଡିଏସନ୍ ଏହି ନୂତନ ପଦ୍ଧତିର ସଫଳ ପରୀକ୍ଷଣ ସରିଛି। ତେଣୁ ଏଣିକି ଏହି ପଦ୍ଧତିରେ ଟ୍ୟୁମର କ୍ୟାନ୍ସର ଚିକିତ୍ସା କରାଯାଇ ପାରିବ ବୋଲି ଅନୁମତି ମିଳିଛି। ପ୍ରଫେସର ପରିଡ଼ା କହିଛନ୍ତି ବାମ ପାର୍ଶ୍ବ ବ୍ରେଷ୍ଟ ଟ୍ୟୁମର୍ରେ ବିକିରଣ ପ୍ରୟୋଗ କଲାବେଳେ ହୃତ୍ପିଣ୍ଡ ପ୍ରଭାବିତ ହେବା ଆଶଂକା ଥାଏ। ମାତ୍ର ଏବେ ଏହି ନୂଆ ପଦ୍ଧତି ଦ୍ବାରା ରେଡିଏସନ୍ମେସିନ୍କେବଳ ବ୍ରେଷ୍ଟ ଟ୍ୟୁମର ଅଂଶରେ ବିକିରଣ କରିବ। ହୃତ୍ପିଣ୍ଡକୁ ସମ୍ପୂର୍ଣ୍ଣ ଅଲଗା ସୁରକ୍ଷିତ ରଖିବ। ଏମିତିକି ହୃତ୍ପିଣ୍ଡକୁ ବିକିରଣ ରଶ୍ମି ଛୁଇଁବା ପୂର୍ବରୁ ମେସିନ୍ ଆପେ ଆପେ ବନ୍ଦ ହୋଇଯିବ ସ୍ବତଃ ହୃତ୍ପିଣ୍ଡକୁ ନିରାପଦ ଦୂରତାରେ ରଖିବା ପରେ ମେସିନ୍ପୁଣି ଚାଲିବ। ଏହି ପଦ୍ଧତି ଫଳରେ ଯକୃତ, ପାନ୍କ୍ରିୟାଜ୍, ବୃକକ୍, ବ୍ରେଷ୍ଟ ପ୍ରୋଟେଷ୍ଟ ଭଳି ସମ୍ବେଦନଶୀଳ ସ୍ଥାନରେ ଟ୍ୟୁମର୍ହୋଇଥିଲେ, ନିରାପଦରେ ବିକିରଣ ପଦ୍ଧତି ପ୍ରୟୋଗ କରାଯାଇପାରିବ।

31/08/2020

Leave a Reply

Your email address will not be published. Required fields are marked *

Comments