Bikash Khabar
ଓୟୁଏଟିରେ ନୂତନ କିସମ ମକା ଓ କପା ବିକଶିତ

 ୨୦୧୯-୨୦ ଶିକ୍ଷାବର୍ଷରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନସ୍ଥ ଗବେଷଣା ପ୍ରତିଷ୍ଠାନଗୁଡ଼ିକରୁ ଦୁଇଟି ନୂତନ କିସମ ମକା କପା ବିକାଶ ହୋଇଛି। ଏଥିସହ ୯ଟି କିସମର ବିକାଶ ପାଇଁ ପ୍ରସ୍ତାବ ଦାଖଲ କରାଯାଇଛି। କୃଷି ଆନୁଷଙ୍ଗିକ କ୍ଷେତ୍ରରେ ୧୭୦ଟି ସମ୍ପ୍ରସାରଣ ଯୋଗ୍ୟ ଜ୍ଞାନକୌଶଳର ବିକାଶ, ୨୨ଟି ଫସଲ କିସମ, ୭ଟି ପ୍ରାଣୀ ପ୍ରଜାତିର ପ୍ୟାଟେଣ୍ଟ କରାଯିବା ସହ କୃଷକମାନଙ୍କର ୨୦ଟି ଫସଲ କିସମ ପଞ୍ଜୀକରଣ କରାଯାଇଛି।୨୮ଟି ଜିଲ୍ଲାରେ କାର୍ଯ୍ୟରତ ୩୧ଟି କୃଷି ବିଜ୍ଞାନ କେନ୍ଦ୍ର, ୨୦୧୯-୨୦ ବର୍ଷରେ ୨୭୧ଟି କୃଷି ଆନୁଷଙ୍ଗିକ ଜ୍ଞାନକୌଶଳର ପରୀକ୍ଷାନିରୀକ୍ଷା, ୫୪୨ଟିର ଆଗୁଆ ଧାଡ଼ି କ୍ଷେତ୍ର ପ୍ରଦର୍ଶନ କରିବା ସହ ୧୮୦୦ଟି ତାଲିମ୍କାର୍ଯ୍ୟକ୍ରମ ମାଧ୍ୟମରେ ୪୩ହଜାର ୪୭୬ ଜଣ କୃଷକ, କୃଷିଜୀବୀ ମହିଳା, ଗ୍ରାମୀଣ ଯୁବକ ଯୁବତୀ ସମ୍ପ୍ରସାରଣ କର୍ମୀଙ୍କୁ ତାଲିମ ଦିଆଯାଇଛି। ଏହି ବର୍ଷ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଫସଲର ୩ହଜାର ୯୪୪ କ୍ବିଣ୍ଟାଲ୍ପିଣ୍ଡ ବିହନ, ୩୦ ଲକ୍ଷ ୫୭ ହଜାର ୨୪୦ଟି ଗୁଣାତ୍ମକମାନର ବିଭିନ୍ନ ଫଳ ପନିପରିବା ଚାରା ପ୍ରସ୍ତୁତ ହୋଇଛି। ୬ଟି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ପଲ୍ ସିଡ଼୍ ହବ୍ରୁ ୭୨୫ କ୍ୱିଣ୍ଟାଲ ଡାଲି ଜାତୀୟ ଫସଲର ବିହନ, ୪ଟି ଗବେଷଣା ପ୍ରକଳ୍ପରେ ପରିଚାଳିତ ତୈଳବୀଜ ସିଡ଼୍ ହବ୍ରୁ ୧୧୦୦ କ୍ୱିଣ୍ଟାଲର ତୈଳବୀଜ ବିହନ ଉତ୍ପାଦନ କରାଯାଇଛି। ଗବେଷଣା କେନ୍ଦ୍ରରୁ ମଧ୍ୟ ବିଭିନ୍ନ ଫସଲର ୫୪୧କ୍ୱିଣ୍ଟାଲ ପ୍ରଜନନ ବିହନ, ୨୭୧୩ କ୍ୱିଣ୍ଟାଲ ପିଣ୍ଡ ବିହନ ୧୮୮୨ କ୍ୱିଣ୍ଟାଲ ପ୍ରମାଣୀକୃତ ବିହନ ଉତ୍ପାଦନ ହୋଇଥିବା ଓୟୁଏଟି ରାଜ୍ୟସ୍ତରୀୟ ଗବେଷଣା ସମ୍ପ୍ରସାରଣ ପରିଷଦବୈଠକରେ ସୂଚନା ଦିଆଯାଇଛି।

20/06/2020

Leave a Reply

Your email address will not be published. Required fields are marked *

Comments