Bikash Khabar
କାଲି ନୀତିଶ ନେବେ ଶପଥ,ହେବେ ସପ୍ତମଥର ପାଇଁ ବିହାର ରେ ମୁଖ୍ୟମନ୍ତ୍ରୀ

ଶେଷରେ ନୀତିଶ ସୁଶୀଲ ଯୋଡି ପୁଣି ଥରେ ଅତୁଟ ରହିଲା ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ନୂଆ ସରକାର କାଲି ନେବେ ଶପଥ।ସୁଶୀଲ ମୋଦି ହେବେ ଉପମୁଖ୍ୟମନ୍ତ୍ରୀ ଆଜି ଏନଡିଏ ବୈଠକ ରେ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ଙ୍କୁ ନିର୍ବାଚିତ କରାଯାଇଛି ଆଜି ରାଜ୍ୟପାଳଂକୁ ଭେଟି ସରକାର ଗଢିବାର ଦାବି ପେଶ କରିଛନ୍ତି ନୀତିଶ    ମାର୍ଚ୍ଚ ୨୦୦୦ ରେ ନୀତିଶ ପ୍ରଥମ କରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ୨୦୦୫,୨୦୧୦,୨୦୧୫ ରେ ଦୁଇଥର ୨୦୧୭ ଏବେ ୨୦୨୦ ରେ ନୀତିଶ କୁମାର ସପ୍ତମ ଥର ପାଇଁ ଶପଥ ନେବେ ଏନଡିଏର ଅନ୍ୟତମ ଅଂଶୀଦାର ହାମ ନେତା ଜୀତେନ ମାଝୀ ନୀତୀଶ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ମନା କରିଦେଇଛନ୍ତି ସେ କହିଛନ୍ତି ଯେ ଥରେ ମୁଖ୍ୟମନ୍ତ୍ରୀ ହେବାପରେ ସେ ଆଉ ମନ୍ତ୍ରୀ ହେବେ ନାହିଁ। ସୂଚନାଯୋଗ୍ୟ ଯେ ୨୦୧୪ରେ ଲୋକସଭା ନିର୍ବାଚନରେ ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେତେବେେଳେ ଜେଡିୟୁ ନେତା ଥିବା ଜୀତେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ। କିନ୍ତୁ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହେବାପରେ ଜୀତେନଙ୍କୁ ବିଦା କରିଦେଇଥିଲେ। ଏହାପରେ ଜୀତେନ ହାମ୍ ନାମରେ ପାର୍ଟି ଗଠନ କରିଥିଲେ।ଚଳିତ ନିର୍ବାଚନ ରେ ହାମ ଟି ଆସନ ଅକ୍ତିଆର କରିଛି ତେବେ ନୀତିଶ ଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ମନ୍ତ୍ରୀପରିଷଦ ରେ ସାମିଲ ହେବେ ପରେ ସ୍ପଷ୍ଟ ହୋଇପାରିବ

 

15/11/2020

Leave a Reply

Your email address will not be published. Required fields are marked *

Comments