Bikash Khabar
ଗଜପତି ଜିଲ୍ଲାପାଳଙ୍କୁ ପୁରସ୍କୃତ କଲେ ନୀତି ଆୟୋଗ

ନୀତି ଆୟୋଗ ଦ୍ୱାରା ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ସାହା ପୁରସ୍କୃତ ହୋଇଛନ୍ତି । ନଭେମ୍ବର ୨୦୧୮ରୁ ଡ଼ିସେମ୍ବର ୨୦୧୮ ପର୍ଯ୍ୟନ୍ତ ମାସେ ବ୍ୟାପୀ ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲା ମାନଙ୍କର ମୂଲ୍ୟାଙ୍କନ କରାଯାଇଥିଲା । ନୀତି ଆୟୋଗଙ୍କ ଦ୍ୱାରା କରାଯାଇଥିବା ଏହି ଡ଼େଲଟା ର‌୍ୟାଙ୍କିଙ୍ଗରେ ଗଜପତି ଜିଲ୍ଲା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଦକ୍ଷତା ବିକାଶ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲା ।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ସ୍ଥାନ ହାସଲ କରିଥିବା ମୋଟ ୧୮ ଜଣ ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଥିଲେ ।
ସୂଚନା ଯୋଗ୍ୟ ଯେ ତାମିଲନାଡ଼ୁର ଭିରୁଧୁନଗର, ଓଡ଼ିଶାର ନୁଆପଡ଼ା ଏବଂ ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ତିନି ପ୍ରମୁଖ ଜିଲ୍ଲା ଭାବେ ବିବେଚିତ ହୋଇଥିଲେ । ଅପର ପକ୍ଷରେ ଝାରଖଣ୍ଡର ପାକୁର, ଆସାମର ହଇଲାକାନ୍ଦି ଏବଂ ଝାରଖଣ୍ଡର ଛାତ୍ରା ସବୁଟୁ ପଛୁଆ ଜିଲ୍ଲା ଭାବେ ବିବେଚିତ ହୋଇଥିଲେ ।

07/03/2019

Leave a Reply

Your email address will not be published. Required fields are marked *

Comments