Bikash Khabar
୩୫୭ ଷ୍ଟେସନରେ ଲାଗିବ ଓଡ଼ିଆ ଫଳକ, ଓଡ଼ିଶା ଦିବସରୁ ରେଳ ଟିକେଟରେ ଓଡ଼ିଆ ଭାଷା

ଓଡ଼ିଆରେ ଛପାଯିବ ରେଳ ଟିକେଟ । ହିନ୍ଦୀ ଇଂରାଜୀ ପଢି ପାରୁନଥିବା ଲୋକଙ୍କ ପାଇଁ ଭଲ ହେବ । ଓଡ଼ିଆ ଭାଷା ସୁରକ୍ଷାକୁ ମିଳିବ ଏକ ଶକ୍ତି । ଆସନ୍ତା ଏପ୍ରିଲ ପହିଲା ଓଡ଼ିଶା ଦିବସରୁ ଓଡ଼ିଶାରେ ଲେଖାଥିବା ଟ୍ରେନ ଟିକେଟ ଯାତ୍ରୀଙ୍କୁ ଉପଲବ୍ଧ ହେବ । ତା ସହିତ ପୂର୍ବତଟ, ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ ଥିବା ୩୧୭ଟି ଷ୍ଟେସନର ନାମ ଓଡ଼ିଆ ଭାଷାରେ ଲେଖାଯିବାକୁ ମଧ୍ୟ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।

ଇଂରାଜୀ ଓ ହିନ୍ଦୀ ଭାଷାରେ ରେଳଟିକେଟ ଛପାଯାଉଥିବାରୁ ଏ ଭାଷା ବୁଝିପାରୁନଥିବା ଲୋକ ଟ୍ରେନର ଆରୋହଣ ଓ ଗନ୍ତବ୍ୟସ୍ଥଳ, ମୋଟ କିଲୋମିଟର ମୂଲ୍ୟ ଜାଣିବାରେ ଅସୁବିଧା ଭୋଗୁଥିଲେ । ଏବେ ଏହା ଓଡ଼ିଆରେ ଉପଲବ୍ଧ ହେଉଛି । ୮ ହଜାର ଷ୍ଟେସନ ଗୁଡ଼ିକର ନାମ ଓଡ଼ିଆରେ ଛପା ସରିଛି । ଓଡ଼ିଶାରେ ଉପଲବ୍ଧ ହେବାକୁ ଥିବା ଅଣସଂରକ୍ଷିତ ଟିକେଟ ଓଡ଼ିଶା ଭାଷାରେ ଲେଖା ହେବ ।
ସୂଚନା ଯୋଗ୍ୟ ଯେ ଓଡ଼ିଶାରେ ରେଳ ଟିକେଟକୁ ଓଡ଼ିଶା ଭାଷାରେ ଛାପିବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ଚିଠି ଉପରେ ମନ୍ତ୍ରଣାଳୟ ତୁରନ୍ତ ପଦକ୍ଷେପ ନେଇଥିଲା ।

09/03/2019

Leave a Reply

Your email address will not be published. Required fields are marked *

Comments